ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ

0

ଭୁବନେଶ୍ୱର: ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଅଙ୍ଗଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ପରିବାର ଆବାହକ ଅରୂପ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ବୈଠକ ହୋଇଛି । ବୈଠକରେ ଭାରତ ଶରୀର ଓ ଅଙ୍ଗଦାନ ସମିତି ସଭାପତି ଡ଼. ପ୍ରଭାସ ଆଚାର୍ୟ୍ୟଙ୍କ ସହ ଓଡ଼ିଶା ମୋ ପରିବାରର ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ କଟକ ସହର ଜୀବନବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ଵାଳ ଓ ଅନ୍ୟ ସଦସ୍ୟ ଆଲୋଚନା କରି ଥିଲେ। ଆଗାମୀ ଦିନରେ କିପରି ଅଙ୍ଗଦାନ ସଚେତନତାକୁ ସାରାରାଜ୍ୟରେ ବ୍ୟାପକ କରାଯିବ ସେଥିନିମନ୍ତେ କାର୍ୟ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।