(ରଜନୀକାନ୍ତ ପାତ୍ର /ଗଞ୍ଜାମ): କବିସୂର୍ଯ୍ୟନଗର ବ୍ଲକ ଆଠଗଡପାଟଣା ଗାଁ ମଧ୍ୟଭାଗରେ ଥିବା ଗୋପାଳିଆ ବଣରେ କିଛି ଦିନ ଧରି ଅଜଣା ଜନ୍ତୁ ଆତଙ୍କ ବଢିବାରେ ଲାଗିଛି । ତେବେ ଚମ୍ପେଇତପୁର ଗାଁର ପ୍ରାୟ ଦଶରୁ ଅଧିକ ଛେଳିକୁ ଅଜଣା ଜନ୍ତୁ ଖାଇ ଦେଇଥିବା ଅଭିଯୋଗ ହୋଇଥିବା ବେଳେ ତିନୋଟି ବିଲୁଆର ମୃତଦେହ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା । ସେପଟେ ବନ ବିଭାଗ ଘଟଣା ସମ୍ପର୍କରେ ଅବଗତ ନାହିଁ ।