ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

0

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବଜ୍ରଗୁମା ଗ୍ରାମ ନିକଟରେ ଘଟିଯାଇଛି ଏକ ଅମାନବିକ ଘଟଣା । ଗ୍ରାମ ନିକଟରେ ଥିବା ଚାଷ ଜମିରେ ପଡ଼ିରହିଛି ଏକ ଅଜଣା ମହିଳାଙ୍କ ମୃତଦେହ । ମହିଳାଙ୍କ ମୁହଁ ସମ୍ପୂର୍ଣ ଭାବରେ ପୋଡ଼ିଯାଇଛି । ମହିଳାଙ୍କୁ ହତ୍ୟା କରିବା ପରେ ମୁହଁକୁ ପୋଡି ଦେଇଥିବା ସନ୍ଦେହ କରାଯାଉଛି । ବର୍ତମାନ ପର୍ୟ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରିନଥିବା ବେଳେ, ଘଟଣାସ୍ଥଳରେ ସୋରଡ଼ା ଥାନା ପୋଲିସ ପହଂଚି ଘଟଣାର ଛାନଭିନ ଚଳାଇଛି ।