ଅସହାୟ ଭାରତ ଭୁଷଣଙ୍କ ପାଇଁ ସହାୟକ ସାଜିଲେ ବି.ଏସ୍.କେ.ୱାଇ ଟିମ୍

0

ଭୁବନେଶ୍ୱର:ଅସହାୟ ବରିଷ୍ଠ ନାଗରିକ ଭାରତ ଭୁଷଣଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ଟିମ୍ ଜୀବନ ରକ୍ଷାକାରୀ ସହାୟକ ସାବ୍ୟସ୍ତ ହୋଇଛନ୍ତି ଟିମ୍     ସମୟୋଚିତ ପଦକ୍ଷେପ ହେତୁ ଭାରତ ଭୁଷଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଯାଇ ପାରିଛି   ଅଲସର୍ ପରି ରୋଗର ନିଦାନ କରାଯାଇ ସ୍ଥିତି ଅତି ସଙ୍ଗୀନ ହେବା ପୂର୍ବରୁ ଜୀବନ ରକ୍ଷା କରାଯାଇ ପାରିଛି  ତାଙ୍କର ଆରୋଗ୍ୟ ଲାଭ ଆଶା ଉଜ୍ୱଳ ହୋଇଛି ଘଟଣାର ବିବରଣୀରୁ ଜଣାପଡ଼ିଛି ଯେ ପ୍ରାୟ ୬୦ ବର୍ଷ ବୟସ୍କ ଭାରତ ଭୁଷଣଙ୍କ ଘର ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ଗଡ଼ପଦନପୁର ଗ୍ରାମରେ ସାଧାରଣ ଜୀବନ ଧାରାରୁ ଅଲଗା ହୋଇ ସେ ସାରା ଜୀବନ ଅବିବାହିତ ରହିଥିଲେ   ଏକାକୀ ଗୋଟିଏ ଅଧାଭଙ୍ଗା ଘରକୁ ନିଜର ଆଶ୍ରୟସ୍ଥଳୀ କରିଥିଲେ  ଗତ ପ୍ରାୟ ମାସ ତଳେ ତାଙ୍କର ଡାହାଣ ଗୋଡ଼ ପାଦରେ ଗୋଟିଏ ଘା ହୋଇଥିଲା ଚିକିତ୍ସା ନକରିବାରୁ ଘା ଟି ଧିରେ ଧିରେ ପଚିଯାଇ ପାଦର ଅନ୍ୟ ଅଂଶକୁ ବ୍ୟାପିଲା ବଡ ଆକାର ଧାରଣ କଲା   ତାଙ୍କର ପାଦ ଗୋଡ଼ ଫୁଲିବାକୁ ଲାଗିଲା ଯନ୍ତ୍ରଣା ବଢ଼ିଲା ସ୍ଥିତି ଏପରି ହେଲା ଯେ ଆଉ କୁଆଡ଼େ ଯିବା ଆସିବା କରିନପାରି ଭାରତ ଭୁଷଣ ଏକାକୀ ଅଯତ୍ନ ଭାବେ ସେହି ଘରେ ପଡିରହିଲେ କେହି ଦୟାକରି ଅନ୍ନ, ଜଳ ଟିକିଏ ଦେଲେ ଖାଉଥିଲେ ନମିଳିଲେ ଭୋକ ଓପାସରେ ପଡ଼ି ରହୁଥିଲେ

ଗଣ ମାଧ୍ୟମରୁ ବିଷୟରେ ଗତ ଫେବୃଆରୀ ମାସ ୨୦ ତାରିଖରେ ଜାଣିବା ମାତ୍ରେ ବି.ଏସ୍.କେ.ୱାଇ ଟିମ୍ ପୁରୀ ଜିଲ୍ଲା ପ୍ରଶାସନ ସହ ମିଶି ମିଶନ୍ ମୋଡ୍ ରେ କାର୍ଯ୍ୟ ଆରମ୍ଭ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶମତେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ୍ ଫେବୃଆରୀ ୨୧ ତାରିଖ ପୂର୍ବାହ୍ନରେ ଗଡ଼ପଦନପୁର ଗ୍ରାମକୁ ଯାଇ ଭାରତଙ୍କୁ ଭେଟିଥିଲେ ତାଙ୍କ ଗୋଡର ପ୍ରାଥମିକ ଚିକିତ୍ସା ବ୍ୟାଣ୍ଡେଜ୍ ଆଦି କରିଥିଲେ ଡାକ୍ତରୀ ଚିକିତ୍ସା କରାଇବା ପାଇଁ ବୁଝାସୁଝା କରିଥିଲେ, ଏବଂ ରାଜ୍ୟ ସରକାର ମାଗଣାରେ ଓୗଷଧ ସେବା ଆଦି ଯୋଗାଉଥିବା ବିଷୟ ମଧ୍ୟ ଜଣାଇଥିଲେ  ତାପରଦିନ (୨୨, ଫେବୃଆରୀ) ଭାରତ ଭୁଷଣଙ୍କୁ ନିମପଡ଼ା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରୀକ୍ଷାରୁ ଜଣାପଡ଼ିଥିଲା ଯେ ତାଙ୍କର ଗୋଡ ଘା ଅଲସର୍ ଅବସ୍ଥାକୁ ବଢ଼ିଯାଇଛି ସଂକ୍ରମଣ ମାତ୍ରା ଅଧିକ ଜଟିଳ ଥିବାରୁ ଉଚ୍ଚତ୍ତର ଚିକିତ୍ସା ନିମନ୍ତେ ତାଙ୍କୁ କଟକର ଶ୍ରୀ ରାମ ଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ୍କୁ ସୁପାରିଶ କରାଗଲା ଏବଂ କଟକ ଯିବା ନିମନ୍ତେ ୧୦୮ ନିଃଶୁଳ୍କ ଆମ୍ଭ୍ୟୁଲାନ୍ସ୍ ଯୋଗାଇ ଦିଆଗଲା ହେଲେ ଭାରତ କଟକ ଯିବାକୁ ଦୃଢ଼ ଅନିଚ୍ଛା ପ୍ରକାଶ କରି ବିଭିନ୍ନ ବାହାନାରେ ଗ୍ରାମକୁ ପଳାଇଗଲେ ପରବର୍ତ୍ତୀ ଅନୁସରଣ ପଦକ୍ଷେପ ଭାବେ ବି.ଏସ୍.କେ.ୱାଇ ଟିମ୍ ପୁନଶ୍ଚ ଗଡ଼ପଦନପୁର ଗ୍ରାମକୁ ଯାଇ ଭରତଙ୍କୁ ତାଙ୍କ ଘରେ ବୁଝାସୁଝା କରିଥିଲେ କଟକ ଯିବାକୁ ନଚାହିଁଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିବା; ଏବଂ ଓୗଷଧ ପଥି ଆଦି ମାଗଣାରେ  ଠିକ୍ ଭାବେ ଯୋଗାଇ ଦେବାର ପୂର୍ଣ୍ଣ ଭରଷା ଦେଇଥିଲେ

ଏସବୁ ଫଳରେ ଭାରତ ଭୁଷଣ ଚିକିତ୍ସା ନିମନ୍ତେ  ପୁରୀ ଯିବାକୁ ରାଜି ହୋଇଥିଲେ ତଦନୁଯାୟୀ  ସ୍ୱାସ୍ଥ୍ୟ ଟିମ୍ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ବର୍ତ୍ତମାନ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର  ପୁରୁଷ ସର୍ଜରୀ ଓ୍ୱାର୍ଡ ଶଯ୍ୟା୨୨୯ ରେ ରହି ଚିକିତ୍ସିତ ହେଉଛନ୍ତି ଜଣେ ସର୍ଜରୀ ସ୍ପେସାଲିଷ୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବିଧାନରେ ତାଙ୍କର ଚିକିତ୍ସା ଚାଲିଛି ଭାରତଙ୍କର କେହି ଆତ୍ମୀୟ ସ୍ୱଜନ ସହାୟକ ଭାବେ ନଥିବାରୁ ସହାୟ ସ୍ୱେଚ୍ଛାସେବୀମାନଙ୍କୁ ତାଙ୍କର ସହାୟତା କରିବାକୁ କୁହାଯାଇଛି।  ଏହି ସ୍ବେଛାସେବୀମାନେ ମଧ୍ୟ ପାଳି ଅନୁସାରେ ତାଙ୍କୁ ସହଯୋଗ କରି ଆବଶ୍ୟକୀୟ ସେବା ଦେଉଛନ୍ତି ଇତି ମଧ୍ୟରେ ଭାରତ ଭୁଷଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି ତାଙ୍କୁ ଚିକିତ୍ସା କରୁଥିବା ସ୍ପେସାଲିଷ୍ଟ୍ କହିଛନ୍ତି ଯେସେ କିଛି ଦିନ ମଧ୍ୟରେ ଆରୋଗ୍ୟ ଲାଭ କରିବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ସୁଜାତା ମିଶ୍ର କହିଛନ୍ତି, “ଭାରତ ଭୁଷଣଙ୍କ ଗୋଡରେ ଥିବା ଅଲସରକୁ ନିୟନ୍ତ୍ରଣାଧିନ କରାଯାଇଛି ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗୋଟିଏ ୟୁନିଟ୍ ରକ୍ତ ଦିଆଯାଇଛି ତାଙ୍କ ପାଇଁ ପୁଷ୍ଟିଯୁକ୍ତ ପଥିର ବ୍ୟବସ୍ଥା କରାଯାଇଛି ସମସ୍ତ ଚିକିତ୍ସା, ଗୁଣାତ୍ମକମାନର ଉଚ୍ଚ ଶକ୍ତ ସଂପନ୍ନ ଓୗଷଧ ପଥି ଆଦି ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି ଆବଶ୍ୟକ ପଡିଲେ ଅଲସର ଭଲହେବା ସଂଗେ ସଂଗେ ତାଙ୍କର ସ୍କିନ୍ ଗ୍ରାଫ୍ଟିଂ ମଧ୍ୟ କରାହେବ

               ରାଜ୍ୟ ସ୍ତରରୁ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର କ୍ଷେତ୍ରସ୍ତରୀୟ ଚିକିତ୍ସକ ଦଳ ପର୍ଯ୍ୟନ୍ତ ସମୁଦାୟ ବି.ଏସ୍.କେ.ୱାଇ. ଟିମଙ୍କର ଏପରି ସହୃଦୟାତ୍ମକ ପଦକ୍ଷେପକୁ ଗ୍ରାମବାସୀ ବୁଦ୍ଧିଜିବୀ ପ୍ରଶଂସା କରିବା ସହ ଅସହାୟ ଲୋକଙ୍କ ଚିକିତ୍ସା ସହାୟତା ପାଇଁ ପ୍ରଣୟନ କରାଯଇଥିବା ଫଳଦାୟୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନିମନ୍ତେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି