କେନ୍ଦ୍ରାପଡା /ମହେଶ ପାଢୀ :ଦାରିଦ୍ରର କଷାଘାତରେ ସଂଘର୍ଷ କରୁଛନ୍ତି ମାଳତୀ । ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଅନେ୍ୁଷଣ ବି ମାଳତୀ ପକ୍ଷେ କାଠିକର ପାଠ । ବହୁ କଷ୍ଟରେ ପରିବାର ବୋଝକୁ ନିଜ କାନ୍ଧରେ ବୋହି ଦାୟିତ୍ୁ ତୁଲାଉଛନ୍ତି ମାଳତୀ । କିନ୍ତୁ ଏହା ଅଧିକ ଦିନ ଚାଲିପାରିବନି । କାରଣ ସାମ୍ନାରେ ମାଳତୀଙ୍କ ଦୁଇ ଦୁଇଟି ପିଲାଙ୍କ ଭବିଷ୍ୟତ ଆଗକୁ ପ୍ରତିବନ୍ଧକ ସାଜିପାରେ । ଯାହାକୁ ନେଇ ଏବେ ଚିନ୍ତାରେ ମାଳତୀ । କିନ୍ତୁ ବିଡମ୍ବନାର ବିଷୟ ସରକାରଙ୍କର ମାଳମାଳ ସହାୟତା ଯୋଜନା ସତେ୍ୁ ବି ମାଳତୀଙ୍କ ସମସ୍ୟା ପ୍ରତି ଅଣଦେଖା କରୁଛନ୍ତି ପ୍ରଶାସନ । ଆମେ କହୁଛୁ ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଚାଂୟତର ଦାମୋଦରପାଟଣା ଗ୍ରାମର ମାଳତୀ ମଲ୍ଲିକଙ୍କ କଥା । ପରିବାର କହିଲେ ସ୍ୁାମୀ ଓ ଦୁଇ ଝିଅ କିନ୍ତୁ ଅଧାବାଟରେ ହାତ ଛାଡିଦେଲେ ଜୀବନସାଥୀ କୈ÷ଳାସ ମଲ୍ଲିକ । କୈ÷ଳାସ ବିଦେଶର ଏକ ହୋଟେଲରେ କାମ କରି ସୁଖଃ ଦୁଖଃରେ ସମ୍ଭାଳି ନେଉଥିଲେ ପରିବାର ବୋଝ । ହେଲେ ତାଙ୍କର ମୃତ୍ୟୁ ପରେ ମାଳତୀଙ୍କ ଉପରେ ଛିଣ୍ଡିପଡିଛି ଦୁଖଃର ପାହାଡ । ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରିବା ସତେ୍ୁ ବି କୈ÷ାଣସି ସୁଫଳ ମିଳିପାରି ନାହିଁ । କେବଳ ମୁଣ୍ଡ ପିଟି ଦଇବକୁ ପ୍ରାର୍ଥନା କରିବା ଛଡା ସଂପୂର୍ଣ୍ଣ ନିରୂପାୟ ହୋଇଯାଇଛନ୍ତି ମାଳତୀ । ଥରେ ନଜର ପକାନ୍ତୁ ଏହି ଚିତ୍ର ଉପରେ ପଲିଥିଲି ତଳେ କିଭଳି ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ମାଳତୀଙ୍କ ପରିବାର । ରାସନ କାର୍ଡରେ ମାତ୍ର ୫ କିଲୋ ଚାଉଳ ଯାହାକି ମାଳତୀଙ୍କ ପରିବାରର ଗୁଜୁରାଣ ମେଣ୍ଟେଇବାରେ ଅସମର୍ଥ । ମାଳତୀଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଜଂ ହେଉଛି ଦୁଇ ପିଲାଙ୍କ ଭବିଷ୍ୟତ । ଯାହାକୁ ନେଇ ପ୍ରଶାସନକୁ ବ୍ୟାକୁଳ ନିବେଦନ କରିଛନ୍ତି ମାଳତୀ । କହିଛନ୍ତି ଗୋଟେ ବିଧବା ଭତ୍ତା , ରାସନକାର୍ଡରେ ଝିଅ ନାଁ ପଜୀଂକରଣ ଏବଂ ଗୋଟେ ଘର ସହିତ କିଛି ରୋଜଗାର ପନ୍ଥା ଯୋଗାଇଦେଲେ ମୋ ପରିବାରକୁ ସାହାରା ମିଳିଯାଆନ୍ତା । ସବୁଠୁ ବଡ ପ୍ରଶ୍ନ ହେଉଛି ମାଳତୀ ଏତେ ବଡ ସମସ୍ୟା ଘେରରେ ଥାଇ ମଧ୍ୟ ପ୍ରଶାସନ କଣ ପାଇଁ ସହାୟତାର ହାତ ବଢାଉନି । ପ୍୍ରଶାସନ କଣ ପାଇଁ ଏତେ କଠୋର ମନୋଭାବ ପ୍ରଦର୍ଶନ କରୁଛି ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଆସନ୍ତା ଅକ୍ଟୋବର ୨ ରୁ ବିଜେଡି ତାର ୨୫ ବର୍ଷର ସଫଳତାକୁ ଧରି ଗାଁ ଗାଁ ବୁଲି ପ୍ରଚାର କରିବ । ହେଲେ ଏଭଳି ସମସ୍ୟା ରାଜ୍ୟ ସରକାରଙ୍କ ସ୍ୁଚ୍ଛ ଛବି କୁ ନଷ୍ଟ କରୁନି କି ? ଯଦି ହଁ ତେବେ କେଉଁ ସଫଳତା ନେଇ ଲୋକଙ୍କ ପାଖରେ ପହଚିଂବ ଦଳ । ଯଦି ରାଜ୍ୟରେ ଟ୍ରାନ୍ସଫରେନ୍ସି ନିୟମକୁ ପାଳନ କରୁଛନ୍ତି ତେବେ ଏଠି କଣ ପାଇଁ ନୁହେଁ । କଣ ପାଇଁ ପ୍ରଶାସନ ମାଳତୀଙ୍କ ମୁଖ୍ୟ ସମସ୍ୟାଠୁ ଦୂରେଇ ଯାଉଛନ୍ତି ? ଯଦି ପ୍ରଶାସନ ତୁରନ୍ତ ଏହାର ସମାଧାନ ନକରେ ତେବେ ମାଳତୀଙ୍କ ପରିବାର ଆଗାମୀ ଦିନରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରେ ।