ଆକ୍ରମଣକାରୀକୁ ଛେଚିଲେ ଗ୍ରାମବାସୀ

0

(ଦୀପକ ମିଶ୍ର / ଉଦଳା ): ଘରେ ପଶି ଜଣେ ଅଜଣା ଯୁବକ ଭୁଜାଲିରେ ମରଣାନ୍ତ୍ରକ ଆକ୍ରମଣ କରିଥିଲା । ଆକ୍ରମଣ ପରେ ଖସିଯିବାକୁ ଉଦ୍ୟମ କରିଥିବା ବେଳେ ଗ୍ରାମବାସଙ୍କ ହାବୁଡ଼ରେ ପଡ଼ି ନିର୍ଘାତ ଛେଚା ଖାଇଲେ । ଉଲଗ୍ନ କରି ଗ୍ରାମ ରାସ୍ତାରେ ଆକ୍ରମଣକାରୀଙ୍କୁ ନିର୍ଘାତ ପିଟିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଘଯିଛି ଉଦଳା ଥାନା ନାବରା ଗ୍ରାମରେ ।
ଆଜି ରାତି ୯ ଟା ସମୟରେ ନିଜ ଘର ଭିତରେ ସ୍ୱାମୀ ଓ ସ୍ତ୍ରୀ ଉଭୟ ରୋଷେଇ କରୁଥିବା ବେଳେ ଜଣେ ଅଜଣା ଯୁବକ ହଠାତ ଘର ଭିତରକୁ ପଶି ଯୁବକଙ୍କୁ ଏକ ଭୁଜାଲିରେ ମରଣାନ୍ତ୍ରକ ଆକ୍ରମଣ କରିଥିଲା । ଏଭଳି ଘଟଣା ଘଟିଛି ଉଦଳା ଥାନା ନାବରା ଗ୍ରାମରେ । ମରଣାନ୍ତ୍ରକ ଆକ୍ରମଣରେ ଗୁରୁତର ଯୁବକ ହେଲେ ନାବରା ଗ୍ରାମର ଦାଶରଥୀ ସୋରେନ । ଦାଶରଥୀଙ୍କୁ ଅଜଣା ଯୁବକ ଜଣକ ଭୁଜାଲିରେ ଆକ୍ରମଣ କରି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିବା ବେଳେ ଗ୍ରାମବସାୀଙ୍କ ହାବୁଡ଼ରେ ପଡ଼ିଥିଲା । ଗ୍ରାମବାସୀମାନେ ଆକ୍ରମଣକାରୀକୁ କାବୁ କରି ନେବା ସହିତ ତାକୁ ଭଲଗ୍ନ କରି ଗ୍ରାମ ରାସ୍ତାରେ ନିଘାଁତ ଛେଚିଛନ୍ତି । ଏପରିକି ଗ୍ରାମବାସୀଙ୍କ ମାଡ଼ରେ ଆକ୍ରମଣକାରୀ ଗୁରୁତର ହୋଇ ପଡ଼ିଥିବା ଜଣାଯାଇଛି । ଅନ୍ୟପଟେ ଆକ୍ରମଣରେ ଶିକାର ହୋଇଥିବା ଦାଶରଥୀଙ୍କ ଛାତି , କାନ୍ଧ ଏବଂ ପିଠିରେ ଭୁଜାଲିରେ ଆକ୍ରମଣ କରିଛି ଆକ୍ରମଣକାରୀ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ଉଦଳା ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହା ସହିତ ଆକ୍ରମଣକାରୀକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଉଦଳା ଡା଼କ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛି ପୋଲିସ । ତେବେ ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଆକ୍ରମଣକାରୀର ପରିଚୟ ମଧ୍ୟ ମିଳି ପାରି ନାହିଁ । ତେବେ ଏ ସଂପର୍କରେ ପୋଲିସ କ୍ୟାମେରା ସାମ୍ନାରେ କିଛି କହିବାକୁ ସ୍ପଷ୍ଟ ମନା କରି ଦେଇଥିଲେ ।