ଆଖିବୁଜା ଗୁଳିମାଡରେ ୧୧ ଜଣଙ୍କ ମୃତ୍ୟୁ

0

ମସ୍କୋ: ଋଷର କଜାନ ସହରରେ ଗୁଳିବର୍ଷା । କଜାନ ସହରର ଏକ ସ୍କୁଲରେ ମଙ୍ଗଳବାର ଦୁଇ ବନ୍ଧୁକଧାରୀ ଆଖିବୁଜା ଗୁଳିଚଳାଇଥିଲେ । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏହା ପରେ ସେଠାରେ ଜରୁରୀକାଳୀନସ୍ଥିତି ଜାରି କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ।
ଗଣମାଧ୍ୟମ ସଂସ୍ଥା ଇଣ୍ଟରଫେକ୍ସ ସମାଚାର ଏଜେନ୍ସି ଅନୁଯାୟୀ, କଜାନ ସହରରେ ଥିବା ଏକ ସ୍କୁଲ ଉପରକୁ ୨ ଆତତାୟୀ ଗୁଳିମାଡ କରିଥିଲେ । ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଜଣେ ଆତତାୟୀକୁ ଧରିବାରେ ସକ୍ଷମ ହୋଇଥିଲେ । ଏହି ଆତତାୟୀର ବୟସ ପ୍ରାୟ ୧୭ ବର୍ଷ ହେବ । ଏହାପରେ ସେଠାରେ ଜରୁରୀକାଳୀନ ସ୍ଥିତି ଜାରି କରାଯାଇଛି ।