Reporters Today
  • Home
  • ଓଡିଶା
  • ଆଜିଠୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ
ଓଡିଶା

ଆଜିଠୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ

ଭୁବନେଶ୍ୱର: ଆଜିଠୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣକାରୀ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଜେନାଲ ଡେପୁଟି କମିଶନର ଅଂଶୁମାନ ରଥ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉଗ୍ର ନେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆସୁଥିବା ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଂ ଓ ରେଜିଷ୍ଟ୍ରେସନକୁ ଆଜିଠୁ ବାଧ୍ୟତାମୂଳକ କରାଯାଇଛି।
ଯାହାଠାରେ କୌଣସି ଲକ୍ଷଣ ଦେଖାଯିବ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ଯାତ୍ରୀ କୋଭିଡ୍ ପଜେଟିଭ୍ ଥିବା ଜଣାପଡ଼େ ତା’ହେଲେ ସମ୍ପୃକ୍ତ ଯାତ୍ରୀଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ। ବିମାନ ବନ୍ଦରରେ ଅବତରଣ କରୁଥିବା ସମସ୍ତ ଯାତ୍ରୀଙ୍କର ଠିକଣା ଓ ଯୋଗାଯୋଗ ନମ୍ବରକୁ ବିଏମସି ସଂଗ୍ରହ କରିବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଯାତ୍ରୀମାନଙ୍କର ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ ହେବ। ରେଳଷ୍ଟେସନରେ ମଧ୍ୟ ଅନୁରୂପ ପ୍ରକ୍ରିୟା କାର୍ୟ୍ୟକାରୀ ନିମନ୍ତେ ବିଏମସି ପଦକ୍ଷେପ ନେବ ବୋଲି ଶ୍ରୀ ରଥ କହିଛନ୍ତି।

 

Related posts

ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି: ଏସଆରସି

Report

ଭୁବନେଶ୍ୱରରୁ ସିଧାସଳଖ ସୁରଟକୁ ଉଡ଼ିବ ବିମାନ

Report

ଖୋଲିଛି କୋଣାର୍କ ମନ୍ଦିର, ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ

Report

Leave a Comment