(ଭୁବନେଶ୍ୱର/ ଅରୁଣ ସାହୁ): ପ୍ରଧାନମନ୍ତ୍ରୀ ମେ ମାସ ୧୨ ତାରିଖରେ ଆତ୍ମନିର୍ଭ ଭାରତ ଯୋଜନା ଘୋଷଣା କରିଥିଲେ । ଏଥିରେ କରୋନାର ମୁକାବିଲା ସହ ଦେଶକୁ ପ୍ରଗତି ଓ ସମୃଦ୍ଧି ପଥରେ ଆଗେଇ ନେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହା ସହ କରୋନା ସମୟରେ ଲୋକଙ୍କ ସୁବିଧା ପାଇଁ ଖାଦ୍ୟ ଯୋଗାଣର ବ୍ୟବସ୍ଥା ମଧ୍ୟ ହୋଇଛି । ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ରାଜ୍ୟ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଛି । ବିଜେପି ସଭାପତି ସମୀର ମହାନ୍ତି ଓ ଉପସଭାପତି ଗୋଲଖ ମହାପାତ୍ର କେନ୍ଦ୍ର ସରକାରର ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି ।