(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆତ୍ମସମର୍ପଣ କରିଛନ୍ତି ଚିଟ ଫଣ୍ଡ କମ୍ପାନି ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ । ଆଜି ରାଉରକେଲାର ଏସଡିଜେଏମ କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି । ରଘୁନାଥପାଲି ଥାନରେ ଦାଏର ଏକ ଠକେଇ ମାମଲାରେ ସେ ଏହି ଆତ୍ମସମର୍ପଣ କରିଛନ୍ତି । ଏହି ମାମଲାରେ ଗିରଫଦାରିରୁ ବର୍ତ୍ତିବାକୁ ସେ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତଳକୋର୍ଟରେ ଅତ୍ମସମର୍ପଣ କରିବାକୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବହୁକୋଟି ଟଙ୍କାର ସିସୋର ଚିଟଫଣ୍ଡ ଦୁର୍ନିତି ମାମଲା ପୂର୍ବରୁ ତାଙ୍କ ବିରୋଧରେ ୮ଟି ମାମଲା ଚାଲିଛି । ଚିଟଫଣ୍ଡ ଠକେଇରେ ସଂପୃକ୍ତ ଥିବାରୁ ତାଙ୍କୁ ୨୦୧୩ରେ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା । ସେ ଗତ ୨୦୧୮ ଜାନୁୟାରୀ ମାସରେ ଜାମିନ ପାଇ ଭୁବନେଶ୍ୱର ଝାରପଡା ଜେଲରୁ ମୁକୁଳିଥିଲେ ।