ଆମେରିକାରେ ତାଣ୍ଡବ ରଚୁଛି ଇୟାନ

Ian is having storm in America

0

କ୍ୟୁବା: ଆମେରିକାରେ ପ୍ରତିବର୍ଷ ଆସିଥାଏ ହରିକେନ ବା ସାମୁଦ୍ରିକ ଝଡ । କିନ୍ତୁ ଚଳିତ ବର୍ଷ ଯେଉଁ ସାମୁଦ୍ରିକ ଝଡ ଆସିଛି ତାହା ୧୦୦ ବର୍ଷ ଯାଏ ମଧ୍ୟ ଦେଖାଦେଇନଥିଲା । ଏହି ଝଡର ନାମ ରଖାଯାଇଛି ଇୟାନ । କାରବିୟାନ ସମୁଦ୍ରରେ ସୃଷ୍ଠି ହୋଇଛି ଏହି ଝଡ । ଆମେରିକାର ତଟବର୍ତ୍ତୀ ସହରରେ ତାଣ୍ଡବ ସୃଷ୍ଟି କରୁଛି ଇୟାନ । ସାମୁଦ୍ରିକ ଝଡ କ୍ୟୁବା ଦୀପ ଦେଇ ଗତି କରିଛି । କ୍ୟୁବାର ପଶ୍ଚିମ ଭାଗରେ ସ୍ଥଳ ଭାଗ ଛୁଇଁବା ପରେ ସେଠାରେ ଧନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ସେଠାରେ ଘଣ୍ଟାପ୍ରତି ୨୫୦ କିମି ବେଗରେ ପବନ ବହିବା ସହ ମୂଷଳଧାରାରେ ବର୍ଷା ଲୋକଙ୍କ ସମସ୍ୟା ବଢାଇ ଦେଇଛି ।

ବିଶେଷକରି କ୍ୟୁବାର ହାବାନ ସହରରେ ସବୁଠାରୁ ଅଧିକ କ୍ଷତି ଗ୍ରସ୍ତ ହୋଇଛି । ଏଠାରେ ବଡ ବଡ ଗଛ ଉପୁଡି ଯିବା ସହ ଇଲେକ୍ଟ୍ରିକ ଖୁଣ୍ଟି ଗୁଡିକ ଭାଙ୍ଗି ଯାଇଛି । ଫଳରେ ଏଠାରେ ଲୋକେ ବିଦ୍ୟୁତ ସେବାରୁ ବଂଚିତ ହୋଇଛନ୍ତି । ହରିକେନ ପାଣିପାଗ ବିଭାଗ ସୂଚନା ଅନୁସାରେ ସାମୁଦ୍ରିକ ଝଡ ପ୍ରଭାବରେ ୧୪ଫୁଟ ଉଚ୍ଚତାର ଜୁଆର ଉଠିଛି ଯେଉଁଥିପାଇଁ ସମୁଦ୍ରକୁ ନ ଯିବା ପାଇଁ ବାରଣ କରାଯାଇଛି ଲୋକମାନଙ୍କୁ । ଏଥିପାଇଁ ୨୫ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।