ଆମେରିକା ଆକାଶରେ ଉଡିବନି ପାକିସ୍ତାନ ବିମାନ

0

(ରିପୋର୍ଟସଟୁଡେ): ପାକିସ୍ତାନ ପାଇଲଟଙ୍କ ଫେକ ପ୍ରମାଣପତ୍ର ଘଟଣାକୁ ନେଇ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା। ଏଣିକି ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର କୌଣସି ବିମାନ ଆମେରିକା ଆକାଶରେ ଉଡ଼ିବାକୁ ଅନୁମତି ପାଇବ ନାହିଁ। ଜୁଲାଇ ୧ରୁ ଆମେରିକା ଏକ ସଂକ୍ରାନ୍ତରେ ଏକ ନୋଟିସ୍‌ ଜାରି କରିଥିଲା।
ପାକିସ୍ତାନ ସରକାର ଗତ ମାସରେ ନିଜ ପାଖରେ ଥିବା ପ୍ରାୟ ଏକ ତୃତୀୟାଂଶ ପାଇଲଟଙ୍କୁ ବିମାନ ଉଡ଼ାଇବା ଅଧିକାରରୁ ବଞ୍ଚିତ କରିଥିଲା। କାରଣ ଏମାନେ ସମସ୍ତେ ନକଲି ଦସ୍ତାବିଜ୍‌ ଦ୍ୱାରା ପାଇଲଟ ହେବାର ପ୍ରମାଣପତ୍ର ହାସଲ କରିଥିଲେ।
ଏହି ଘଟଣା ପରେ ୟୁରୋପୀୟ ୟୁନିୟନର ବେସାମରିକ ବିମାନ ଚଳାଚଳ ସୁରକ୍ଷା ଏଜେନ୍ସି ପାକିସ୍ତାନ ବିମାନକୁ ଆକାଶରେ ଉଡ଼ିବାକୁ ବାରଣ କରିଥିଲା।