ଆମେ ଚାହିଁଲେ ଚଳିତ ବର୍ଷ ମହାମାରୀ ଶେଷ ହେବ

0

ଜେନେଭା: ବିଶ୍ୱସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା ୨୦୨୨ରେ ମହାମାରୀ କରୋନା ସମାପ୍ତ ହୋଇପାରିବ ବେ।।ଲି ଡବ୍ଲୁଏଚଓ ସାଧରଣ ନିର୍ଦ୍ଦେଶକ ଟେଡ୍ରୋସ ଆନ୍ଧାନୋମ ଗେବ୍ରେସସ୍ ସୋମବାର କହିଛନ୍ତି । ଯେଉଁ ଦେଶକୁ ସହଯୋଗ ଲୋଡା ହେଉଛି, ସେହି ସବୁ ଦେଶକୁ ଡବ୍ଲୁଏଚଓ ବିଶ୍ୱସ୍ତରରୁ ଜାତୀୟ, ଆଞ୍ଚଳିକ ସ୍ତରରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି । ତେବେ ଯଦି ଦେଶଗୁଡିକ ଯଦି ଡବ୍ଲୁଏଚଓ ରଣନୀତି ଓ ଉପକରଣର ବ୍ୟବହାରିତାକୁ ବିସ୍ତୁତ କରନ୍ତି, ତେବେ ଆମେ ଚଳିତ ବର୍ଷ ହିଁ ଆମେ ଏହି ମହାମାରୀକୁ ମାତ ଦେବାରେ ସକ୍ଷମ ହେବା ବୋଲି ଟେଡ୍ରୋସ କହିଛନ୍ତି ।
ଟେଡ୍ରୋସ ଆହୁରି କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରୁ ଆମକୁ କିଛି ଶିକ୍ଷା ନେବାର ଆବଶ୍ୟକତା ରହିଛି ଓ ଆଗାମୀ ଦିନରେ ଯେମିତି ଏପରି ମହାମରୀକୁ ନିୟନ୍ତ୍ରଣ କରାଯାଇ ଏପରି ଜରୁରୀକାଳୀନ ପରିସ୍ଥିତିକୁ ଏଡାଇବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଟେଡ୍ରୋସ କହିଛନ୍ତି ।