‘ଆରୋହୀ’ର ଉନ୍ମୋଚନ ଉତ୍ସବ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ସାଇକେଲ କ୍ଲବର ମୁଖପତ୍ର ‘ଆରୋହୀ’ର ଉନ୍ମୋଚନ ଉତ୍ସବ ସ୍ଥାନୀୟ ସୌଭାଗ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରାପଡା ପୌରପାଳିକାର ଅଧ୍ୟକ୍ଷା ସରିତା ସାହୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆରୋହୀ ଉନ୍ମୋଚନ କରିବା ସହିତ କେନ୍ଦ୍ରାପଡା ସାଇକେଲ କ୍ଲବର ଉଦ୍ୟମ କୁ ପ୍ରସଂଶା କରିଥିଲେ l କ୍ଲବ ର ସଦସ୍ୟ ମାନେ ଆଗାମୀ ଦିନରେ ପରିବେଶ ସୁରକ୍ଷା ଦିଗରେ ଅଧିକରୁ କାର୍ଯ୍ୟ କରିବା ଉଚିତ୍ ବୋଲି ମତ ଦେଇଥିଲେ l ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡେରାବିଶ କଲେଜ ର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ବୃନ୍ଦାବନ ଦାସ ସାଇକେଲ ଚାଳନା ର ଉପକାରିତା ସମ୍ପର୍କରେ ଆଲୋଚନା କରିବା ସହ ବ୍ୟସ୍ତ ବହୁଳ ଜିବନରେ ସମୟ କାଢି ଆମେ ସମସ୍ତେ ସାଇକେଲ ଚଳାଇବା ଉଚିତ୍ ବୋଲି ମତ ଦେଇଥିଲେ l ସେହିପରି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଯୁବ କେନ୍ଦ୍ରାପଡା ଜିଲା ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ
ସୌମ୍ୟ ରଞ୍ଜନ ବିଶ୍ଵାଳ ଆଗାମୀ ଦିନରେ କେନ୍ଦ୍ରାପଡ଼ା ସାଇକେଲ କ୍ଲବ ମାତୃଭୂମିର ସମସ୍ୟା ପ୍ରତି ଯତ୍ନବାନ ହେବା ସହ ଦୂରଦୂରାନ୍ତକୁ ସାଇକେଲ ଯାତ୍ରା କରିବା ପାଇଁ ପରାମର୍ଶ ଦେଇଥିଲେ l ଅୟୋଜିତ ଉତ୍ସବରେ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶଲ୍ୟଚିକିତ୍ସକ ଡାକ୍ତର ବିରେନ୍ଦ୍ର କୁମାର ଦାଶ ଅଧ୍ୟକ୍ଷତା କରିଥିଲେ l କ୍ଲବ ରେ ଆବାହକ ମାତୃଦତ୍ତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଅବସରରେ ଚିତ୍ରଶିଳ୍ପୀ ଶ୍ରୀବାସ ନାୟକ ଓ ଅକ୍ଷର ଶିଳ୍ପୀ ବିଭୂତି ଭୂଷଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନର ୨୩ ଜଣ ସଦସ୍ୟଙ୍କୁ ସଦସ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l