ଆଲିଆଙ୍କ ପାଇଁ ୨୦୨୨ ଶୁଭ

2022 is good for Alia

0

ମୁମ୍ବାଇ: ଆଲିଆ ଭଟ୍ଟ ତାଙ୍କ ଫିଲ୍ମ କ୍ୟାରିୟର ୨୦୧୨ ମସିହାରେ ଷ୍ଟୁଡେଣ୍ଟଅଫ ଦି ଇଅରରୁ ଆରମ୍ଭ କରିଥିଲେ । ପ୍ରତ୍ୟେକ ବର୍ଷ ସେ ୨, ୩ଟି ଫିଲ୍ମ କରିଥାଆନ୍ତି । ହେଲେ ୨୦୨୨ଟି ହେଉଛି ତାଙ୍କ ପାଇଁ ଅତ୍ୟନ୍ତ ଶୁଭ ବର୍ଷ । ୨୦୨୨ ବର୍ଷ ଆରମ୍ଭରୁ ସେ ଫିଲ୍ମ କରିଆସୁଛନ୍ତି ଏବଂ ସେଗୁଡ଼ିକ ମଧ୍ୟ ହିଟ ହେବାରେ ଲାଗିଛି ।

ଫେବୃଆରୀରେ ଆଲିଆଙ୍କ ଗଙ୍ଗୁବାଇ ମୁଭି ବେସ ଲୋକମାନଙ୍କ ମନ ମୋହି ନେଇଥିଲ । ଗଙ୍ଗୁବାଇ ମୁଭିରେ ସେ ଏକ ବେସ୍ୟା କ୍ୟାରେକ୍ଟରରେ ଅଭିନୟ କରିଥିଲେ । ସେହି ଅଭିନୟ ଲୋକମାନଙ୍କୁ ବହୁ ରୁପରେ ଅନୁପ୍ରାଣିତ କରିଥିଲା । ଯାହା ଫଳରେ ଇନଷ୍ଟାଗ୍ରାମ ରିଲସରେ ସମସ୍ତେ ଧଳା ଶାଢି ପିନ୍ଧି ଢୋଲିଦା ସଂଗୀତରେ ଅଭିନୟ କରୁଥିଲେ ।ତାହାପରେ ମାର୍ଚ୍ଚ ମାସରେ ସେ ଆର.ଆର.ଆର ମୁଭିରେ ଏକ ଛୋଟ କଳାକାରରେ ଅଭିନୟ କରିଥିଲେ । ସୀତା କ୍ୟାରେକ୍ଟର ତାଙ୍କୁ ଖୁବ ମାନିଥିଲା । ତେବେ ଅଗଷ୍ଟ ମାସରେ ନେଟଫ୍ଲିକ୍ସରେ ଆସିଥିବା ଏକ ଡ୍ରାମା ଡାର୍ଲଙ୍ଗ ରେ ବଦ୍ରୁନିଶା ଶୈଖ କ୍ୟାରେକ୍ଟରରେ ଅଭିନୟ କରିଥିଲେ । କେମିତି ସ୍ୱାମୀ ମାନଙ୍କ ଅତ୍ୟାଚାରକୁ କଡା ଜବାବ ଦିଆଯିବ ତାହା ସେ ଫିଲ୍ମରେ ସେ ଦେଖାଇଛନ୍ତି ।

ଏବେ ସେପ୍ଟେମ୍ବର ମାସରେ ବ୍ରହ୍ମାସ୍ତ୍ର ମୁଭି ଆଗକୁ ବଢିବାରେ ଲାଗିଛି । କେସରିୟା ଗୀତ ସମସ୍ତଙ୍କ ମନ ମୋହିନେଇଯାଇଛି । ଆଲିଆ ଏହା ମଧ୍ୟରେ ଏକ ହଲିଉଡ ଚଳଚ୍ଚିତ୍ର ରେ ସୁଟିଂ ସାରିଛନ୍ତି । ଫିଲ୍ମ କଥାକୁ ବାଦ ଦେଲେ ଆଲିଆଙ୍କ ୨୦୨୨ ରେ ବିବାହ କରିଛନ୍ତି କପୁର ବଂଶରେ । ରଣବୀର କପୁର ଆଗକୁ ବାପା ହେବାକୁ ଯାଉଛନ୍ତି । ତେବେ ଏହି ୨୦୨୨ ମସିହାଟି ଆଲିଆଙ୍କ ପାଇଁ ଖୁବ ଶୁଭ ଥିବାରୁ ସେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏକ ପୋଷ୍ଟ ଦ୍ୱାରା ଜଣାଇଛନ୍ତି ।