ଆସନ୍ତୁ ଜାଣିବା ନବରାତ୍ରିର ମାହାତ୍ମ୍ୟ କଥା

Let us know the importance of Navratri

0

ଭୁବନେଶ୍ୱର:ନବରାତ୍ରି ପର୍ବ ହେଉଛି ଏକ ହିନ୍ଦୁ ମାନଙ୍କର ପର୍ବ । ଏହି ପୂଜାରେ ଦୁର୍ଗା ମାଆଙ୍କୁ ଆବାହନ କରାଯାଏ । ତେଣୁ ଭାରତରେ ଅନେକ ଆନନ୍ଦ ଉଲ୍ଲାସ ସହ ଲୋକେ ପାଳନ କରିଥାଆନ୍ତି ନବରାତ୍ରି । ସଂସ୍କୃତରେ ନବରାତ୍ରିର ଅର୍ଥ ହେଉଛି ନବ ଅର୍ଥ ନଅ ଅର୍ଥାତ ୯ଟି ରାତ୍ରିରେ ଦେବୀ ଦୁର୍ଗାଙ୍କ ପୂଜା ହୋଇଥାଏ । ବର୍ତ୍ତମାନର ସମୟ ଚାଲିଛି ନବରାତ୍ରିର । ତେବେ ଆସନ୍ତୁ ଜାଣିବା ନବରାତ୍ରିର ମାହାତ୍ମ୍ୟ କଥା । ଭାରତୀୟ କ୍ୟାଲେଣ୍ଡର ଅନୁଯାୟୀ ଆଶ୍ୱିନ ମାସର ଅମାବାସ୍ୟା ପର ଦିନ ଠାରୁ ଆରମ୍ଭ ହୋଇଥାଏ ନବରାତ୍ରି । ତେବେ ନବରାତ୍ରିର ଅଲଗା ଅଲଗା ନାମ ରହିଛି । ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘାଣ୍ଟ, କୁଷମନ୍ଦା, ସ୍କାଣ୍ଡମତା, କାତ୍ୟାୟିନି, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ ନାମରେ ପୂଜା ପାଆନ୍ତି ମାଆ ଦୁର୍ଗା । ଏହାକୁ ଭାରତ ଛଡା ନେପାଳ ରେ ମଧ୍ୟ ପାଳନ ହୋଇଥାଏ । ନବରାତ୍ରିରେ ମାଆଙ୍କୁ ବିଭିନ୍ନ ଫଳ ଫୁଲ ଅର୍ପଣ କରାଯାଇଥାଏ । ମାଆଙ୍କ ଆର୍ଶିବାଦ ପାଇବା ପାଇଁ ଲୋକେ ଉପବାସ ମଧ୍ୟ କରିଥାଆନ୍ତି । ଅନେକ ଲୋକେ ମାଆଙ୍କୁ ୯ ପ୍ରକାରର ଖାଦ୍ୟ ଘରେ ବନାଇ ଅର୍ପଣ କରିଥାଆନ୍ତି । ଏହା ଭାରତରେ ନେପାଳ ଓ କୋଲକାତା, ବିହାର,ଗୁଜରାଟ, ଗୋଆ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲେଙ୍ଗାନା ଆଦି ରାଜ୍ୟରେ ନବରାତ୍ରୀକୁ ଲୋକେ ଖୁବ ମୌଜମଜିଲିସରେ ପାଳନ କରି ନାଚି ଗୀତ ଗାଇ ପାଳନ କରିଥାଆନ୍ତି ।ଏହି ପର୍ବ ଓଡ଼ିଶାରେ ମଧ୍ୟ ଅନେକ ଧୂମଧାମରେ ପାଳନ କରାଯାଉଅଛି ।

ନବରାତ୍ରିର ପ୍ରଥମ ଦିନରେ ଦୁର୍ଗାଙ୍କୁ ଶିବଙ୍କ ପତ୍ନୀ ହିସାବରେ ପୂଜା କରାଯାଇଥାଏ । ତେଣୁ ଦୁର୍ଗା ନନ୍ଦିଙ୍କ ଉପରେ ବସି ତ୍ରିସୁଳ ଧରିଥିବା ରୁପରେ ପୂଜା କରାଯାଇଥାଏ । ପ୍ରଥମ ଦିନଟିର ରଙ୍ଗ ହେଉଛି ହଳଦୀ । ତାହାପରେ ୨ୟ ଦିନରେ ଦୁର୍ଗା ମାନେ ପାର୍ବତୀ ବ୍ରହ୍ମଚାରିଣୀ ରୂପରେ ପୂଜା ପାଇଥାଆନ୍ତି । ପାର୍ବତୀ ଯେତେବେଳେ ବିବାହ କରିନଥିଲେ ସେତେବେଳ ରୂପରେ ତାଙ୍କୁ ଆବାହନ କରାଯାଇଥାଏ । ୨ୟ ଦିନର ରଙ୍ଗ ହେଉଛି ସବୁଜ । ପାର୍ବତୀ ଯେତେବେଳେ ଶିବଙ୍କୁ ବିବାହ କରିଲେ ସେତେବେଳେ ସେ ଶିବଙ୍କ ମୁଣ୍ଡରେ ଥିବା ଅର୍ଦ୍ଧ ଚନ୍ଦ୍ରରେ ପରିଣତ ହୋଇଥିଲେ । ସେଥିପାଇଁ ୩ୟ ଦିନରେ ତାଙ୍କୁ ଅର୍ଦ୍ଦଚନ୍ଦ୍ର ରୂପରେ ପୂଜା କରିଥାଆନ୍ତି ଭକ୍ତମାନେ । ଧୂସର ରଙ୍ଗ ହେଉଛି ଏହି ଦିନର ଶୁଭ ରଙ୍ଗ । ୪ର୍ଥ ଦିନରେ ଦୁର୍ଗା ବାଘ ଉପରେ ବସି ୮ଟି ବାହୁ ମେଲାଇ ପୂଜା ପାଇଥାଆନ୍ତି । କମଳା ରଙ୍ଗ ଏହି ଦିନ ପାଇଁ ଶୁଭ ଅଟେ । ତାହାପରେ ୫ମଦିନ ରେ ମାଆ ସିଂହ ଉପରେ ଏକ ଛୋଟ ପିଲାକୁ ଧରି ପୂଜା ପାଇଥାଆନ୍ତି । କାରଣ ଛୋଟପିଲା ଯେତେବେଳେ ବିପଦରେ ପଡ଼ିଥାଏ ସେତେବେଳେ ମାଆ ତାକୁ ଧଳା ଆଲୋକ ଶକ୍ତି ଦେଇଥାଆନ୍ତି । ସେଥିପାଇଁ ଏହି ଦିନର ରଙ୍ଗ ହେଉଛି ଧଳା । ଷଷ୍ଠ ଦିନରେ ସେ ପାର୍ବତୀ, ମହାଲକ୍ଷ୍ମୀ, ମହା ସରସ୍ୱତୀ ରୂପରେ ପୂଜା କରାଯାଇଥାଏ । ଏହି ଦିନରେ ମାଆ ନାଲି ରଙ୍ଗର ଶାଢୀ ପରିଧାନ କରିଥାଆନ୍ତି । ସପ୍ତମ ଦିନରେ ବିଶ୍ୱାସ କରାଯାଏ ଦୁର୍ଗା ତାଙ୍କ ଭକ୍ତ ମାନଙ୍କୁ କ୍ଷୟକ୍ଷତିରୁ ବଂଚାଇ ଥାଆନ୍ତି । ତେଣୁ ଏହି ଦିନର ଶୁଭ ରଂଗ ହେଉଛି ଗାଢନୀଳ । ତେବେ ୮ମ ଦିନଟି ହେଉଛି ମାଆଙ୍କ ମହିଷାସୂର ମର୍ଦ୍ଦିନୀ ରୂପର ଜନ୍ମଦିନ ତେଣୁ ଗୋଲାପି ରଙ୍ଗ ଏହି ଦିନର ଶୁଭ ରଙ୍ଗ ବୋଲି କୁହାଯାଇଥାଏ । ତାହାପରେ ଶେଷ ରାତିର କଥା ଯାହାକି ନବମୀ ଦିନରେ ପରିଚିତ ସେତେବେଳେ ମାଆ ହେଇଛନ୍ତି ସିଦ୍ଧିଦାତ୍ରୀ, ପଦ୍ମ ଉପରେ ବସି ପୂଜା ପାଆନ୍ତି ଦୁର୍ଗତି ନାସିନୀ ଦୁର୍ଗା । ବାଇଗଣି ରଙ୍ଗ ହେଉଛି ଏହି ଦିନର ଶୁଭ ରଙ୍ଗ । ଏହିପରେ ଭାବେ ପାଳନ ହୋଇଥାଏ