ଶ୍ରୀନଗର: ଜାମ୍ମୁ-କଶ୍ମୀରର ଶ୍ରୀନଗର ବିମାନବନ୍ଦରେଏକ ବଡ ଧରଣର ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛି। ଫଳରେ ୨୩୩ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି । ଆଜି ଶ୍ରୀନଗର ବିମାନ ବନ୍ଦରରୁ ଇଣ୍ଡିଗୋ ଏୟାରଲାଇନ୍ସ ଯାତ୍ରୀ ନେଇ ଉଡାଣ ଭରିଥିଲା । କିନ୍ତୁ ବିମାନବନ୍ଦରରେ ଜମିଥିବା ବରଫ ସହ ଧକ୍କା ଖାଇଥିଲା । ଦୁର୍ଘଟଣା ପରେ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଥିଲା । ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ଅସୁବିଧା ହୋଇନଥିବା ଜଣାପଡିଛି। ଇଣ୍ଡିଗୋର ୬ଋ-୨୫୫୯ ନମ୍ବର ବିମାନ ଶ୍ରୀନଗରରୁ ଦିଲ୍ଲୀ ଉଡାଣ ଭରିବାକୁ ଥିଲା। ସେତେବେଳେ ଇଞ୍ଜିନର ଡାହଣ ଭାଗ ବରଫରେ ଫଶି ଯାଇଥିଲା। ଏହାପରେ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିଲା ଓ ବିମାନର ଯାଞ୍ଚ କରାଯାଇଥିଲା। ତେବେ ଏହାପରେ ବିମାନଟି ଦିଲ୍ଳୀ ଅଭିମୁଖେ ଯାତ୍ରା କରିଥିଲା।
ବର୍ତ୍ତମାନ କଶ୍ମୀର ଅଧିକାଂଶ ଅଞ୍ଚଳରେ ଅତ୍ୟଧିକ ଶୀତ କାରଣରୁ ତୁଷାରପାତ ହେଉଛି। ରାସ୍ତାଘାଟ, ଡାଲ ହ୍ରଦରେ ବରଫର ଆସ୍ତରଣ ।