ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ନିଆଁ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ ହଲରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। କ୍ଷୟକ୍ଷତି ନେଇ ସୂଚନା ମିଳିପାରିନାହିଁ। ନିଆଁ ଏତେ ଭୟଙ୍କର ଯେ ଭିତରକୁ ଯିବା ସମ୍ଭବପର ହେଉନାହିଁ। ତଥାପି ଅଗ୍ନିଶମ କର୍ମଚାରୀମାନେ ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ବର୍ତ୍ତମାନ ନିଆଁ ଲିଭାଇବା କାର୍ୟ୍ୟରେ ୨ଟି ଦମକଳ ଲାଗିଛି।