ଉତ୍କଳ ସାମ୍ବାଦିକ ସଙ୍ଘର ପ୍ରସ୍ତୁତି ବୈଠକ

0

(ଶେଖ୍ ଅରଶଦ୍ ଉଲ୍ ହକ୍)ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସଙ୍ଘର ବାର୍ଷିକ ଉତ୍ସବ ଆସନ୍ତା ନଭେମ୍ବର ମାସ ୨୨ ତାରିଖରେ ଜିଲା ସଂସ୍କୃତି ଭବନ ପରିସରରେ ପାଳନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା। ଏହି ଉପଲକ୍ଷେ ଏକ ସ୍ମରଣୀକା ଉନ୍ମୋଚନ କରାଯିବ ବୋଲି ବୈଠକରେ ସଭାପତି ସୂଚନା ଦେଇଛନ୍ତି। ପରେ ସଭାପତିଙ୍କ ଉପସ୍ଥିତରେ ବିଭିନ୍ନ ବିଭାଗର କମିଟି ଗଠନ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ବୈଠକରେ ଜିଲାର ବିଭିନ୍ନ ବ୍ଲକରୁ ୫୦ରୁ ଉର୍ଦ୍ଧ ସଭ୍ୟ ଉପସ୍ଥିତ ଥିଲେ। ବୈଠକରେ ଅଶୋକ ନାୟକ,ଭିକାରି ପ୍ରଧାନ, ଜଗଦୀପ ପଟନାୟକ,ଅଜିତ ସାହୁ,ପ୍ରସନ୍ନ ସ୍ୱାଇଁ, ମାନସ ପାଣିଗ୍ରାହୀ, ଯୋଗେଶ ନାୟକ, ଦେବପ୍ରସାଦ ଦାଶ, ବିଭୁ ମହେନ୍ଦ୍ର ସାହୁ, ଇଫତିକର ଅଲି, କୃଷ୍ଣଚନ୍ଦ୍ର ଦାଶ, ପ୍ରତାପ ଦାସ, ଶ୍ୟାମସୁନ୍ଦର ଜେନା,ରାକେଶ ସାହୁ,ସନ୍ତୋଷ ଚୌଧୁରୀ, ସୂର୍ୟ୍ୟ ନାରାୟଣ ମହାନ୍ତି,ଅବ୍ୟକ୍ତ ହରିହର ଖାଡଙ୍ଗା,ଶରତ ବାରିକ,ସତ୍ୟନାରାୟଣ ପାଇକରାୟ,ସତ୍ୟନାରାୟଣ ଦାଶ, କାଳନ୍ଦୀ ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସଙ୍ଘର ଉପଦେଷ୍ଟା ଶୁଭ୍ର ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।