ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ଅନୁଭବ ପଟ୍ଟନାୟକ

0

(ହରପ୍ରସାଦ ବିଷୋୟୀ )ଭୁବନେଶ୍ୱର:ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ଉପଦେଷ୍ଟା ଭାବେ ଦାଇତ୍ୱ ନେଲେ ଅନୁଭବ ପଟ୍ଟନାୟକ | ବିଭାଗୀୟ ସଚିବ ମନୋଜ କୁମାର ମିଶ୍ର ଉପଦେଷ୍ଟା ଶ୍ରୀ ପଟ୍ଟନାୟକଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ ଜଣାଇବା ସହ ବିଭିନ୍ନ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ |ଦାଇତ୍ୱ ଗ୍ରହଣ କରିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସରକାର ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ତାହାକୁ ସେ ସଠିକ ଭାବେ ନିର୍ବାହ କରିବେ ବୋଲି କହିଛନ୍ତି |ମୁଖ୍ୟମନ୍ତ୍ରୀ ଙ୍କ ୫ଟି କୁ ମୂଳମନ୍ତ୍ର ଭାବେ ଗ୍ରହଣ କରି ସବୁ ବିଭାଗ ସହ ସୂଚନା ଓ ପ୍ରଯୁକ୍ତିକୁ ଯୋଡିବା ଲକ୍ଷ୍ୟକୁ ଖୁବ ଶୀଘ୍ର ପୁରାଣ କରାଯିବ |