ଉପରାଷ୍ଟ୍ରପତି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ସମେତ ବିଜେଡି ସାଂସଦ

0

ଭୁବନେଶ୍ୱର:ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଦିନ ୧୦ ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହା,  ନିଜର ଭୋଟ ଦେଇଛନ୍ତି | ସେହିପରି ଓଡିଶା ମାନ୍ୟବର ସିଏମ୍  ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ତଥା ଓ ବିଜେଡି ସାଂସଦ ଉପରାଷ୍ଟ୍ରପତି ଭାବେ ଚୟନ ହୋଇଥିବା ଶ୍ରୀ। ଜଗଦୀପ ଧନଖରଙ୍କ ସପକ୍ଷରେ ମତ ଦେଇଛନ୍ତି  |

ସୂଚନା ଅନୁସାରେ ଟିଏମସି ପକ୍ଷରୁ କୌଣସି ସାଂସଦ ଭୋଟ ଗ୍ରହଣ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିନାହାଁନ୍ତି। କାରଣ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବା ନେଇ ସ୍ପଷ୍ଟ କରିଥିଲେ। ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀନ ଧନଖଡ ଓ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଭୋଟ ଗ୍ରହଣ ସରିବା ପରେ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯିବ ବୋଲି ସଂସଦର ସଚିବାଳୟ ପକ୍ଷରୁ ଜଣାପଡିଛି। ମାର୍ଗାରେଟ ଆଲଭାଙ୍କୁ କଂଗ୍ରେସ ସମେତ ଏନସିପି, ଆପ, ଟିଆରଏସ ସିପିଆଇ ସିପିଏମ ଆରଜେଡି, ଡିଏମକେ, ଏଆଇଡିଏମକେ, ଜେଏମଏମ, ଆରଏଲଡି ପ୍ରମୁଖ ଦଳ ସମର୍ଥନ କରୁଛନ୍ତି।