(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗଞ୍ଜାମ ଜିଲ୍ଲା ବୁଗୁଡା ସ୍ଥିତ ଶକ୍ତି ନଗରରେ ଥିବା ବିଜୟ ସାହୁଙ୍କ ଆପାର୍ଟମେଣ୍ଟରେ ଭଡ଼ାକୁ ରହୁଥିବା ଏକ୍ସିସ ବ୍ୟାଙ୍କର କର୍ମଚାରୀ ସାଶ୍ୱତ କୁମାର ଦାସ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ବୁଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସାଶ୍ବତ କୁମାର ଦାସ ବୁଗୁଡା ଏକ୍ସିସ ବ୍ୟାଙ୍କରେ କାର୍ୟ୍ୟ କରୁଥିବା ବେଳେ ୭ ମାସ ହେଲା ଶକ୍ତି ନଗର ସ୍ଥିତ ଏହି ଆପାର୍ଟମେଣ୍ଟରେ ଏକା ରହୁଥିଲେ । ରଶି ଲଗାଇ କାହିଁକି ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ଥିବା ବେଳେ ବୁଗୁଡା ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କବାଟର ଲକ୍ ଭାଙ୍ଗି ମୃତଶବକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।