ଏଣିକି ଉଡାଣ ପୂର୍ବରୁ ପାଇଲଟ ଓ ଏୟାର ହଷ୍ଟେସ୍‌ଙ୍କ ହେବ ଆଲକହଲ ଟେଷ୍ଟ

ଏଣିକି ପ୍ରତିଦିନ ବିମାନ ଉଡାଣ ପୂର୍ବରୁ ପାଇଲଟ ଓ ଏୟାର ହଷ୍ଟେସ୍‌ଙ୍କ ହେବ ଆଲକହଲ ଟେଷ୍ଟ।

0

(ଦିଲ୍ଲୀ) : ଏଣିକି ପ୍ରତିଦିନ ବିମାନ ଉଡାଣ ପୂର୍ବରୁ ପାଇଲଟ ଓ ଏୟାର ହଷ୍ଟେସ୍‌ଙ୍କ ହେବ ଆଲକହଲ ଟେଷ୍ଟ। ଏନେଇ ଗାଇଡାଲଇନ୍‌ ଜାରି କରିଛି ଡିଜିସିଏ।

ସୂଚନାନୁଯାୟୀ , ମହାମାରୀ କରୋନା ଯୋଗୁ ପ୍ରାୟ ୨ ବର୍ଷ ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା। ଚଳିତ ସପ୍ତାହରୁ ପୁଣି ଭାରତରେ ଅନ୍ତର୍ଜାତୀୟ ବିମାନ ଚଳଚଳ ଆରମ୍ଭ ହୋଇଛି। ଅନ୍ତର୍ଜାତୀୟ ବିମାନ ଚଳାଚଳ ସହ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବା ସହ ମହାମାରୀ ସହ ଜଡିତ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଡିଜିସିଏ ବ୍ରେଥ ଆନାଲାଇଜର (BA) ଗାଇଡଲାଇନରେ ସଂଶୋଧନ କରିଛି।