ଏଣିକି ଝିଅ ପାଇବେ ପୈତୃକ ସମ୍ପତ୍ତି

0

ନୂଆଦିଲ୍ଲୀ: ହିନ୍ଦୁ ବ୍ୟକ୍ତଙ୍କ ବିନା ଉତ୍ତରାଧିକାରୀରେ ମୃତ୍ୟୁ ହୋଇଗଲେ ତାଙ୍କ ସ୍ୱଅର୍ଜିତ ଓ ଅନ୍ୟ ସମ୍ପତ୍ତିରୁ ତାଙ୍କ ଝିଅ ମାନଙ୍କୁ ଅଧିକାର ମିଳିବ । ଏମିତି କି ବାପାଙ୍କ ଭାଇଙ୍କ ପିଲାମାନଙ୍କ ତୁଳନାରେ ସମାନ ସମ୍ପତ୍ତି ମିଳିବ ବୋଲି ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି । ହିନ୍ଦୁ ମହିଳା ବା ବିଧବାଙ୍କ ହିନ୍ଦୁ ଉତ୍ତରାଧିକାର ଆଇନରେ ସମ୍ପତ୍ତି ଉପରେ ଅଧିକାରକୁ ନେଇ ଏହି ରାୟ ଶୁଣାଇଛନ୍ତି ।
ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କାଳରେ କହିଥିଲେ କି, ଯଦି କୌଣସି ହିନ୍ଦୁ ବ୍ୟକ୍ତି ଜମି ବଣ୍ଟନ ପୂର୍ବରୁ ମରି ଯାଆନ୍ତି ତେବେ ତାଙ୍କ ସ୍ୱଅର୍ଜିତ ସମ୍ପତ୍ତି ବା ପୈତୃକ ସମ୍ପତ୍ତିରୁ ମିଳିଥିବା ସମ୍ପତ୍ତି ରେ ଝିଅଙ୍କୁ ଭାଗ ମିଳିବ । ଝିଅ ମାନଙ୍କୁ ମୃତ ବାପାଙ୍କ ଭାଇଙ୍କ ପିଲାଙ୍କ ଅନୁଯାୟୀ ସମ୍ପତ୍ତି ମିଳିବ । ମୃତ ପିତାଙ୍କ ସମ୍ପତ୍ତିରୁ ଭାଗ ମୃତକଙ୍କ ପିଲାଙ୍କ ଦ୍ୱାରା ଝିଅଙ୍କୁ ଦିଆଯିବ । ଜଷ୍ଟିସ ଏସ ଅବ୍ଦୁଲ ନଜୀର ଓ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ ୫୧ ପୃଷ୍ଠାର ନିଷ୍ପତ୍ତିରେ ଏହା କହିଛନ୍ତି ।