(ଜୟନ୍ତ କୁମାର ସେଠୀ /ପୁରୀ): ବିଶ୍ବ ମହାମାରୀ କରୋନା ଭୁତାଣୁ ସମଗ୍ର ଦେଶରେ କାୟା ବିସ୍ତାର କରିଥିଲାବେଳେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା ଫଳରେ ପ୍ରସାଶନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏନେଇ ଯୋରଦାର ଯାଞ୍ଚ୍ ଚାଲିଛି । ପୁରୀ ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା ବଡ଼ଶଙ୍ଖଠାରେ ଡାକ ବାଜି ଯନ୍ତ୍ର ମାଧ୍ୟମରେ ମାସ୍କ ପିନ୍ଧିବା ଏବଂ ସାମଜିକ ଦୂରତା ବଜାୟ ରଖିବା ପାଇଁ ସମସ୍ତ ପୁରୀବାସୀଙ୍କୁ ସଚେତନ କରାଯାଉଛି। ପେଟ୍ରୋଲ ପମ୍ପ ଛକ ,ମରିଚିକୋଟ ଛକ ଏବଂ ବଡଦାଣ୍ଡର ବିଭିନ୍ନ ଛକରେ ଟିମ ଦ୍ୱାରା କଡ଼ାକଡ଼ି ମାସ୍କ ଯାଞ୍ଚ୍ କରାଯିବା ସହିତ ଅମାନିଆଙ୍କ ଠାରୁ ଫାଇନ୍ ମଧ୍ୟ ଆଦାୟ କରାଯାଉଛି।