ଏସ୍ . ଟି . ଏଫ୍. କବଳରେ ଟିଟୋର ସ୍ତ୍ରୀ

0

( ଆଦର୍ଶ ରାଉତ) : ଗ୍ୟାଙ୍ଗଷ୍ଟର ଟିଟୋ ମାମଲା ଦିନକୁ ଦିନ ଫିଟିବାରେ ଲାଗିଛି ଅନେକ ରହସ୍ୟ । ଏସ୍ . ଟି . ଏଫ୍. ଟିଟୋ ସହ ସଂପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଘେରାଉ କରିବା ସହ ଛାନ୍ ଭିନ୍ ଜାରି ରଖିଛି ।
ତେବେ ଆଜି ଏସ୍ . ଟି . ଏଫ୍. ର ଏକ ଟିମ ମହିଳା ଇନିସ୍ପେକ୍ଟରଙ୍କ ନେତୃତ୍ୱରେ ଗ୍ୟାଷ୍ଟଷ୍ଟାର ଟିଟୋଙ୍କ ଘରକୁ ଯାଇଛି । ସେଠାରେ ଟିଟୋଙ୍କ ପତ୍ନୀ ବେନଜିର ବିବିଙ୍କୁ ଜେରା କରାଯିବ । ଗ୍ୟାଷ୍ଟଷ୍ଟାର ଟିଟୋଙ୍କ ପତ୍ନୀ ଜଣେ ଗୃହଣୀ ଏବଂ ତାଙ୍କର ଆର୍ଥିକସ୍ଥିତି ଭଲନଥିବା ସତ୍ୱେ ମଧ୍ୟ କିପରି ପେଟ୍ରୋଲ ପମ୍ପର ମାଲିକ , ବିଭିନ୍ନ ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା , ବିଆଇପିଲେ କମ୍ପାନୀ ସମେତ ଦାମି ଲଗଜରିୟସ୍ କାର , ଅଡି କ୍ୱୁ୍ ୭ ଯାହାର ଆନୁମାନିକ ମୂଲ୍ୟ ହେଉଛି ୯୦ ଲକ୍ଷରୁ ଉଦ୍ଧ୍ୱର୍ । ଏନେଇ ପଚରାଉଚରା ଜାରି ରଖିଛି ଏସ୍.ଟି.ଏଫ୍ ଟିମ୍ ।
ସେପଟେ ଭୁବନେଶ୍ୱର ଏସ୍.ଟି.ଏଫ୍ ଅଫିସରେ କେନ୍ଦ୍ରପଡା ମନ୍ୟୁପାଲିଟିର ପୂର୍ବତନ କର୍ପୋରେଟର ହଜାର ହୋଇଛନ୍ତି । ତେବେ ତାଙ୍କର ଟିଟୋ ସହ ସଂପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ତଦନ୍ତ ଜାରି ରହିଥିବା ପ୍ରକାଶିତ ।