ଓଡ଼ିଶାରେ କରୋନା ଭୟ ନାହିଁ

0

(ସରୋଜ କୁମାର ରାଉତ)ଭୁବନେଶ୍ୱର: ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସକୁ କିପରି ମୁକାବିଲା କରାଯାଇପାରିବ ସେ ନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କ ସହ ମୁଖ୍ୟ ଶାସନ ସଚିବ ଭିଡି଼ଓ କନଫନରେସିଂରେ ଆଲୋଚନା କରିଛନ୍ତି । କୋରୋନା ଭାଇରସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା ପରେ ପ୍ରତିକ୍ରିୟା ଦେଇଛନ୍ତି ଡିଏମ୍ଇଟି ଡା. ସିବିକେ ମହାନ୍ତି । ଓଡ଼ିଶାରେ କରୋନା ଭୟ ନାହିଁ । ବର୍ତ୍ତମାନ ରାଜ୍ୟରେ ୬ ଜଣଙ୍କର ବ୍ଲଡ ସାମ୍ପୁଲ ଏନ୍ଆଇଭି , ପୁନେକୁ ପଠାଯାଇଛି । ଏମାନଙ୍କ ଭିତରୁ ଫୁଲବାଣୀର ଡାକ୍ତର ଛାତ୍ରଙ୍କୁ ଏସସିବିରେ ରଖାଯାଇଛି । ଅନ୍ୟ ୫ଜଣଙ୍କୁ ହୋମ୍ ଆଇସୋଲେସନ୍ ରେ ରଖାଯାଇଛି । ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସ ଜରିଆରେ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ସଚେତନା ରହିବା ଲାଗି ନିର୍ଦ୍ଦେଶ ଦେଲେ । ଏପର୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ ।