ଓଡିଶା ଡିପ୍ଲୋମା ଇଂଜିନୟର ସେବାସଂଘର ୭୩ତମ ବାର୍ଷିକ ସମ୍ମିଳନୀ

0

( ରିପୋର୍ଟସଟୁଡେ): ଓଡିଶା ଡିପ୍ଲୋମା ଇଂଜିନିୟର ସେବାସଂଘର ୭୩ତମ ବାର୍ଷିକ ସମ୍ମିଳନୀ ତଥା ପ୍ଲାଟିନମ ଜୁବୁଲି ସ୍ୱାଗତ ସମାରୋହ ଦୁଇଦିନ ଧରି ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟର୍ସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଇଂ ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି, ଅର୍ଥ ଓ ଅକାରୀ ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ସମ୍ମାନୀୟ ଅତିଥି ଏବଂ ବିଧାୟକ ଶ୍ରୀ ମହେଶ ସାହୁ ଓ ପ୍ରିୟଦର୍ଶୀ ମିଶ୍ର ସମ୍ମାନି ଅତିଥି ଭାବେ ଯୋଗ ଦେଇଥିଲେ । ସାଧାରଣ ସମ୍ପାଦକ ଇଂ ସଚିତ୍ର ମୋହନ ରାଉଳ ବାର୍ଷିକ ବିବରଣୀ ଉପସ୍ଥାପନ କରି କହିଥିଲେ ଯେ ୧୯୪୪ ମସିହାଠାରୁ ଗଠିତ ସଂଘ ୭୫ ବର୍ଷ ପୂର୍ଣ୍ଣ କରି ୭୬ ବର୍ଷରେ ପଦାର୍ପଣ କରିଛି । ଆଠ ହଜାରରୁ ଉଦ୍ଧ୍ୱର୍ ଡିପ୍ଲୋମା ଇଂଜିନିୟରମାନଙ୍କ ମୌଳିକ ସମସ୍ୟା – ନିଯୁକ୍ତି , ପଦୋନ୍ନତି, ଚାରିସ୍ତୀରୀୟ ବ୍ୟବସ୍ଥା ସରକାରଙ୍କ ମନ୍ତ୍ରୀସ୍ତରୀୟ କମିଟିର ବିଚାରଧୀନ ରହିଛି ।