ଓଡ଼ିଶାରେ ଚାଲିବ ଇଲେକ୍ଟ୍ରି ବସ୍‌

0

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ଯାତ୍ରୀଙ୍କ ଯାତ୍ରା ଆହୁରି ସଫଳ ହେବ । ସରକାରୀ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଭଳି ଠିକ ସମୟରେ ଓ ସୁରକ୍ଷିତ ପହଞ୍ଚାଯାଇପାରିବ ତା ଉପରେ ହୋଇଛି ବିଚାର ବିମର୍ଶ । ଏନେଇ କ୍ରୁଟ୍‌ ଏବଂ ଓଏସଆରଟିସି ୧୨୦ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ଦେଶ ତଥା ଦେଶ ବାହାରୁ ଆସିଥିବା ଏକ୍ସପର୍ଟମାନେ ଟିପ୍ସ ଦେଉଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, କ୍ରୁଟ ମ୍ୟାନେଜିଙ୍ଗ ଡିରେକ୍ଟର ଅରୁଣ ବୋଥ୍ରା, ଜିଏମ୍‌ ଦିପ୍ତିମୟୀ ମହାପାତ୍ର କାର୍ୟ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବର୍ତ୍ତମାନ ବିଭିନ୍ନ ରୁଟ୍‌ରେ ୨୦୦ଟି ମୋ ବସ ଚାଲୁଥିବା ବେଳେ ଗୋଟିଏ ଦିନରେ ୮୫, ୦୦୦ ଯାତ୍ରୀଙ୍କୁ ଧରି ଯାତ୍ରା କରୁଛି । ଆଗକୁ ଆହୁରି ୧୮୯ ବସ ମୋ ବସରେ ସାମିଲ ହେବ । ସେହିପରି ୫୦ଟି ଇଲେକ୍ଟ୍ରି ବସ୍‌ ଓଡ଼ିଶାରେ ଚାଲିବାକୁ ଲକ୍ଷ୍ୟ ରଖାଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଏହି ବସ ଗୁଡିକ ଚାଲିବ ବୋଲି ସୂଚନା ମିଳିଛିା ସବୁ ବସଷ୍ଟାଣ୍ଡର ନବୀକରଣ କରାଯାଉଛି । କିଛି ବସଷ୍ଟାଣ୍ଡକୁ ଏୟାରପୋର୍ଟ ଭଳି ଲୁକ୍‌ କରାଯିବ । ଓଏସଆରଟିସି ବସ ଗୁଡିକ ମୋ ବସ ଭଳି ପିପିପି ମୋଡରେ ଚଳାଇବାକୁ ଯୋଜନା ହେଉଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।