ଓଡ଼ିଶାରେ ଜେ,ପି ନଡ୍ଡାଙ୍କ ଦୁଇଦିନିଆ ଗ୍ରସ୍ତ

JP Nadda's two-day visit to Odisha

0

ଆଜି ଜନତା ମଇଦାନରେ ବିଜେପି ଏକ ବଡ ସମାବେଶ କରୁଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଏଥିରେ ସାମିଲ ହେବେ । ଭୂବନେଶ୍ୱର ବିମାନ ବନ୍ଦରରେ ପହଁଚିଲେଣି ଜେପିି ନଡ୍ଡା । ସେଠାରୁ ସେ ରୋଡ ଶୋ କରି ଜନତା ମଇଦାନ ଯିବେ । ଜନତା ମଇଦାନରେ ପହଁଚି ସେଠାରେ ସେ ବିଶାଳ ସମାବେଶ କରିବେ ।

ଆୟୋଜିତ ହେବାକୁ ଥିବା ଶକ୍ତିକେନ୍ଦ୍ର କର୍ଯ୍ୟକ୍ରମ ବିଷୟରେ ସେ ଉଦବୋଧନ ଦେବେ । ଏହାପରେ ବିଜେପି ରାଜ୍ୟ ମୁଖ୍ୟାଳୟରେ କୋର କମିଟି ବୈଠକ ବସିବ । ସେହି ବିଷୟରେ ଦଳିୟ ପଦାଧିକାରୀଙ୍କୁ କିଛି ଗୁରୁ ମନ୍ତ୍ର ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେବେ ଏହି କାର୍ଯ୍ୟକ୍ରମ ସରିଲାପରେ ସେ ପୁରୀ ଗ୍ରସ୍ତ କରିବେ । ସେଠାରେ ଥିବା ଅଠରନଳା ଛକ ପାଖରେ ଦଳିୟ କାର୍ଯ୍ୟକର୍ତ୍ତା ତାଙ୍କୁ ସମ୍ବୋର୍ଦ୍ଧନା ଦେବେ । ଏବଂ ଆଜି ରାତିରେ ସେ ରହିବେ ପୁରୀରେ ।

ପୁରୀ ରହଣି ପରେ କାଲି ସକାଳୁ ସେ ଭଦ୍ରକ ଧାମ ନଗର ଯିବେ । ସେଠାରେ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାରକୁ ଭେଟି, କଟକ ଗସ୍ତ କରିବେ । କଟକ ଓଲଟ ପୁର ମିଲଟାରରେ ଏକ ସରକାରୀ କାର୍ଯୟକ୍ରମରେ ଯୋଗ ଦେବେ । ତାହାପରେ ସେଠାରୁ ପୁଣି ସେ ରାଜଧାନୀ ଫେରି ଜନତା ମଇଦାନରେ ଦଳର ୭ଟି ମୁର୍ଚ୍ଚାର ପଦାଧିକାରୀଙ୍କୁ ସମ୍ବୋର୍ଦ୍ଧିତ କରିବେ । ଏହି ଉଦ୍ଦେଶ୍ୟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାକୁ ୨ଦିନିଆ ଗ୍ରସ୍ତ କରିଛନ୍ତି ।