Reporters Today
  • Home
  • ଓଡିଶା
  • କଟକ ବେହେରା ସାହିରୁ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଓଡିଶା

କଟକ ବେହେରା ସାହିରୁ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

(ରିପୋଟର୍ସ ଟୁଡେ, କଟକ): ରାଜ୍ୟରେ କରୋନା ସଂକ୍ରମିତଙ୍କ ଚିହ୍ନଟ ପାଇଁ ଟେଷ୍ଟିଂକୁ ଜୋରଦାର କରାଯାଇଛି । ଫଳରେ ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେଉଛନ୍ତି । ଆଜି କଟକ ମାଲଗୋଦାମର ବେହେରା ସାହିରୁ ଆଉ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ବେହେରା ସାହିରୁ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଆଜି କଟକ ଜିଲ୍ଲାରୁ ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ କେବଳ ୮୭ ଜଣ କଟକ ସହରରୁ ଅଛନ୍ତି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ୮୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଟି ସ୍ଥାନୀୟ ସଂକ୍ରମଣ ରହିଛି । ମାଲଗୋଦାମ ବେହେରା ସାହିରୁ ୫୭ ଜଣ ଚିହ୍ନଟ ହୋଇଥିବା ବେଳେ ମାଛୁଆ ବଜାରରୁ ଆଉ ୧୦ ଜଣ ପଜିଟିଭ କେସ ରହିଛି । ସେହିପରି ପୁରୁଣା ରାଉସାପାଟଣାରୁ ୩ ଜଣ ମହିଳାଙ୍କ ସମେତ ସମୁଦାୟ ୫ ଜଣ, କାଳିଗଳି, ନୟାସଡକ, ସାନ୍ତା ସାହି, ଚାଉଳିଆଗଞ୍ଜ, ମହାନଦୀ ବିହାର, ତେଲେଙ୍ଗା ବଜାର, ଦେୱାନ ବଜାର ଓ ବାଦାମବାଡିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts

ଏସସିବିରେ କରୋନା ଆଇସୋଲେସନ ୱାର୍ଡ ପାଇଁ ପ୍ରସ୍ତୁତି ଜୋରଦାର

Report

ଆସନ୍ତା କାଲି ଓଡ଼ିଶା ବନ୍ଦ

Report

ଅନୁଗୁଳରୁ କଳାହାଣ୍ଡିକୁ ସାଇକେଲରେ ଫେରିଲେ ୫ଜଣ ବ୍ୟବସାୟୀ

Report

Leave a Comment