କଟକ-ଭୁବନେଶ୍ବରରେ ବଦଳିବ ଡ୍ରାଇଭିଂ ତରିକା

0

(ରିପୋଟରର୍ସ ଟୁଡ଼େ/ଆଦର୍ଶ ରାଉତ) : କଟକ-ଭୁବନେଶ୍ବରରେ ବଦଳିବ ଡ୍ରାଇଭିଂ ତରିକା । ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ । ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଟ୍ୱିନ୍ ସିଟି ମଧ୍ୟରେ ଲେନ୍ ଡ୍ରାଇଭିଂ ପାଇଁ ପ୍ରସ୍ତାବ ଦେଇଛନ୍ତି ଟ୍ରାଫିକ ଡିସିପି । ଟ୍ରାଫିକ ଡିସିପି କହିଛନ୍ତି ଯେ, ଜାତୀୟ ରଜପଥ ୧୬ର ଉଭୟ ପଟେ ୩ଟି ଲେଖାଏଁ ଲେନ୍ ଅଛି । ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ । ଲେନ୍ ଡ୍ରାଇଭିଂ ଦ୍ବାରା ଯାତ୍ରାର ସମୟ କମିବ, ଗାଡିର ଗତି ବଢିବ ଓ ଦୁର୍ଘଟଣା ମଧ୍ୟ କମିବ । ବିଶେଷ କରି ଲେନ୍ ଡ୍ରାଇଭିଂ ଦ୍ବାରା ଓଭର ଟେକିଂ ସମୟରେ ହେଉଥିବା ଦୁର୍ଘଟଣା କମିବ । ଟ୍ବିନ୍ ସିଟି ମଧ୍ୟରେ ଲେନ୍ ଡ୍ରାଇଭିଂ ସଫଳ ହେଲେ ଅନ୍ୟ ରାସ୍ତାରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରେ ବୋଲି ଟ୍ରାଫିକ୍ ଡିସିପି ପ୍ରସ୍ତାବ ଦେଇଛନ୍ତି ।