(କଣିହାଁ /ଜ୍ୟୋତିରଂଞ୍ଜନ ଧର ): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଅଫିସ ପରିସରରେ ଶୁକ୍ରବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ୟ୍ୟକ୍ରମ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି କ୍ଷ ବିଡ଼ିଓ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ୟ୍ୟକ୍ରମରେ ପାଳଲହଡା ବିଧାୟକ ମୁକେଶ ପାଳ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ କ୍ଷ ଏବିଡିଓ ବିଜୟ କୁମାର ମେହେର, ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ବେହେରା, ଜିଲ୍ଲା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଣି ମନୋରମା ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ କ୍ଷ ଭାରପ୍ରାପ୍ତ ପ୍ରଗତୀ ସହାୟକ ଶରତ ଚନ୍ଦ୍ର ବିଶ୍ୱାଳ ସଂଯୋଜନା ଦାୟିତ୍ୱ ତୁଲାଇ ଥିଲେ କ୍ଷ ଅସ୍ଥିଶଲ୍ୟ ବିଭାଗରେ ୧୮୩, କୃତ୍ରିମ ଅସ୍ଥିଶଲ୍ୟ ବିଭାଗରେ ୭୮, ଚକ୍ଷୁ ବିଭାଗରେ ୮୬, ଗଳା ନାସା ଓ କର୍ଣ୍ଣ ବିଭାଗରେ ୧୦୬, ଭେଷଜ ବିଭାଗରେ ୯୨, ଶିଶୁ ବିଭାଗରେ ୫୮ ଏବଂ କୃତ୍ରିମ ଅଂଗ ପ୍ରତ୍ୟଙ୍ଗ ବିଭାଗରେ ୧୮ଜଣ ଆଦି ଭିନ୍ନକ୍ଷମ ନାମ ପଂଜିକୃତ ହୋଇଥିବା ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ କ୍ଷ ତିନିମାସ ମଧ୍ୟରେ ଯୋଗ୍ୟ ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବା ସହିତ ସରକାରୀ ସୁବିଧା ଦିଆଯିବ ବୋଲି ବିଧାୟକ ଶ୍ରୀଯୁକ୍ତ ପାଳ ମତପ୍ରକାଶ କରିଥିଲେ କ୍ଷ ଭିନ୍ନକ୍ଷମ ମାନଙ୍କୁ ସର୍ବଦା ସ୍ନେହ ଓ ଆଦର କରିବା ଉଚିତ ବୋଲି ବିଡ଼ିଓ ରମେଶ ଚନ୍ଦ୍ର ଜେନା ପ୍ରକାଶ କରିଥିଲେ କ୍ଷ କିନ୍ତୁ କାର୍ୟ୍ୟକ୍ରମ ପୂର୍ବରୁ ବ୍ଲକ ପ୍ରଶାସନର ସୂଚନା ତଥା ପ୍ରସାର ପ୍ରଚାର ଅଭାବ ଯୋଗୁଁ ବ୍ଲକ ଅଫିସ ଠାରୁ ମାତ୍ର ୫୦୦ମିଟର ଦୁରେଇ ନିକଟସ୍ଥ ଟଲେକବେଡା ହଟିଙ୍ଗରେ ଦୀର୍ଘ ୩୦ବର୍ଷ ଧରି ସ୍ଥାୟୀ ଭାବରେ ବସବାସ କରୁଥିବା ଲାଲ ମୋହନ ମୁର୍ମୁ ଏଥିରୁ ବଞ୍ଚିତ ହେବାକୁ ପଡିଥିଲା କ୍ଷ ସରକାରଙ୍କ ଏଭଳି ଲୋକାଭିମୁଖୀ କାର୍ୟ୍ୟକ୍ରମ ଯେଉଁ ମାନଙ୍କ ପାଇଁ ଉଦିଷ୍ଟ ସେମାନଙ୍କୁ ସାମିଲ ନକରିବା ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ରୁଗଣ ମାନସିକତା ବୋଲି ବୁଦ୍ଧିଜୀବି ମହଲ ଉଦବେଗ ପ୍ରକାଶ ପାଇଛି ।