କଣ୍ଟେନମେଣ୍ଟ ଜୋନରେ ସିମେଣ୍ଟ ଟ୍ରକ ପୁରାଇଲେ ବ୍ୟବସାୟୀ

0

(ସୂଯ୍ୟକାନ୍ତ ବେହେରା /ମାଲକାନଗିରି): ମାଲକାନଗିରି ଜିଲ୍ଲାରେ ବଢୁଥିବା କରୋନା ପ୍ରକୋପରୁ ଲୋକଙ୍କୁ ସତର୍କ କରିବାସହ ସଂକ୍ରମିତ ଜାଗାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥବା ବେଳେ କିଛି ବ୍ୟବସାୟୀ ଏହାକୁ ଖୋଲାଖୋଲି ଉଲ୍ଲଘଂନ କରିଥିବା ନଜରକୁ ଆସିଛି । ମାଲକାନଗିରି ସଦରମହକୁମା ଅନ୍ତର୍ଗତ ବାଲିସାଗର ସାହିରେ କୋରନା ରୋଗୀ ଚିହ୍ନଟ ହେବାପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା ।ଆଜି ସକାଳୁ ଜୌନେକ ବ୍ୟବସାୟୀ ଗୋପାଳ କ୍ରିଷ୍ଣା ଟ୍ରେଡ଼ର୍ସ ଏକ ସିମେଣ୍ଟ ବୋଝେଇ ଟ୍ରକକୁ ନିୟମ ଖିଲାପ କରି ନିଜ ଦୋକାନ ସାମ୍ନାରେ ଅନଲୋଡ଼ କରୁଥିବା ସମୟରେ କିଛି ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ନଜରକୁ ଆସିଥିଲା । ଏହାକୁ ତୁରନ୍ତ ପୌର ଅଧିକାରୀ ଓ ପୋଲିସ ପ୍ରଶାସନ ନଜରକୁ ଆଣିଥିଲେ ।ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବା ସହ ସିମେଣ୍ଟ ବୋଝେଇ ଟ୍ରକକୁ ଜବତ କରିବା ସହ ଡ୍ରାଇଭର କୁ ମାଲକାନଗିରି ଥାନାରେ ଅଟକ ରଖାଯାଇଛି ଏବଂ କୋଭିଡନିୟମ ଖିଲାପ ଲାଗି ଟ୧୦୦୦୦/ ଜୋରିମାନା ଆଦାୟ ହୋଇଛି ।