Uncategorized

କାଠରେ କଳାକୃତି ଦର୍ଶାଉଛନ୍ତି ଅରୁଣ

(ହିଂଜିଳି କାଟୁ / ରଜନୀକାନ୍ତ ପାତ୍ର ): କଥାରେ ଅଛି ଇଛା ଥିଲା ସବୁ କିଛି ସମ୍ଭବ।।ନିଜ ଇଛା ଶକ୍ତି ଓ ପରିଶ୍ରମ ବଳ ରେ ନିଜ ଦେଶର କଳା ଓ ସଂସ୍କୃତି କୁ ବିଦେଶ ମାଟି ରେ ଏହାର ସ୍ଵତନ୍ତ୍ରତା ଓ ମହାନତାର ପରିଚୟ ସୃଷ୍ଟି କରି ପାରିଛନ୍ତି ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ଗାଁର ଭାସ୍କର ସାହୁଙ୍କ ପୁଅ ଅରୁଣସାହୁ । କାଠ ରେ ଦେଶ ବିଦେଶର ବିଭିନ୍ନ ଐତିହାସିକ ଓ ପର୍ୟ୍ୟଟନ ସ୍ଥଳୀ ସହ ଓଡ଼ିଶାର ବିଧାନ ସୌଧ, ଧଉଳି ଶାନ୍ତସ୍ତୁପ କୁ ନିଜ ହାତର ଯାଦୁରେ ତିଆରି କରି ଅଞ୍ଚଳ ରେ ବେଶ ପ୍ରଶଂସା ସାଉଁଟି ପାରିଛନ୍ତି।
ନିଜ ଗାଉଁଳି ଗାଁ ମାଟି ରେ ପ୍ୟାରିସରେ ଥିବା ଏଫିଲ ଟାୱାର, ମୁମ୍ବାଇର ଗେଟ୍ ଅପ୍ ଇଣ୍ଡିଆ, ତାଜମହଲ, ମିଶରର ପିରାମିଡ କାଠ ରେ ତିଆରି କରି ଏହାର ଭ୍ରମ ସୃଷ୍ଟି କରିଛନ୍ତି। ଆଜିକି ଦୀର୍ଘ ୧୦ବର୍ଷ ଧରି ନିଜ ହାତରେ ଥିବା ନିଖୁଣ କଳା ମାଧ୍ୟମରେ ସୂକ୍ଷ୍ମ କାରୁକାର୍ୟ୍ୟ କରି ଚାଲିଛନ୍ତି ଅରୁଣ।ଯୁକ୍ତ ତିନି ପଢ଼ିବା ସମୟ ରେ ପରିବାର ଆର୍ଥିକ ପରିସ୍ଥିତି ସେତେ ସ୍ୱଚ୍ଛଳ ନଥିବାରୁ ଅଧାରୁ ଶିକ୍ଷା ସମାପ୍ତି କରିବା ପାଇଁ ବାଧ୍ୟ ହୋଇଥିଲା। ସେଦିନ ଠାରୁ ଅରୁଣ ବାପାଙ୍କୁ ତାଙ୍କ କାମ ରେ ସାହାଯ୍ୟ କରିବା ସହ ସମୟ ପାଇଲେ ନିଜେ କିଛି ନିହଣ ମୁନରେ କାଠ କାର୍ୟ୍ୟ ମାଧ୍ୟମରେ ଅଲଗା କରି ନିଜ ମଫସଲ ଗାଁ ଓ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା ଚଳାଇଥିବା ସେ କହିଛନ୍ତି।।
ସବୁ ଠାରୁ ବଡ କଥା ହେଲ ଅରୁଣଙ୍କ ଏହା କୌଳିକ ବୃତ୍ତି ହୋଇନଥିଲେ ମଧ୍ୟ ସେ ଏହିକାର୍ୟ୍ୟ ରେ ବେଶ ପାରିଦାର୍ଶିତା ଅର୍ଜନ କରିଛନ୍ତି। ତାଙ୍କ ବାପା ବିଭିନ୍ନ ଘର ଉପକରଣ ସାମଗ୍ରୀ କାଠ ରେ ନିର୍ମାଣ କରୁଥିଲେ। କାଠ ଶିଳ୍ପୀ ସହ ଅରୁଣ ଅନେକ ଓଡ଼ିଆ ଆଧୁନିକ ଗୀତ ରଚନା କରିଛନ୍ତି।ସରକାରଙ୍କ ତରଫରୁ ସାହାଯ୍ୟ ସୁଯୋଗ ମିଳିଲେ ଭାରତ ରେ ଥିବା ଅନେକ ଐତହାସିକ ଓ ପର୍ୟ୍ୟଟନ କ୍ଷେତ୍ରକୁ କାଠ ରେ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ନିଜ ଅଞ୍ଚଳ ରେ ଭବିଷ୍ୟତରେ ଏକ ସଂଗ୍ରଳାୟ ଖୋଲିବାକୁ ଆଶା ରଖିଛନ୍ତି। ଅରୁଣଙ୍କ ଉପରେ ସରକାର ଙ୍କ ଶୁଭ ଦୃଷ୍ଟି ପଡ଼ିଲେ ସେ ନିଜ ଅଞ୍ଚଳ ର ଅନେକ ପିଲାଙ୍କୁ ପ୍ରଶିକ୍ଷଣ ଦେଇ ଏହି କାର୍ୟ୍ୟ କୁ ଆଗେଇ ନେଇ ପାରିବେ ବୋଲି ଗ୍ରାମ ବାସୀ ମତ ଦେଇଛନ୍ତି।

Related posts

ପ୍ରବାସୀ ଓଡ଼ିଆଙ୍କ ନିଯୁକ୍ତି ପାଇଁ ଶିବିର ଅନୁଷ୍ଠିତ

Report

ବନ୍ଧୁକ ଦେଖାଇ ୪ଲକ୍ଷ ଟଙ୍କା ଲୁଟି

Report

ନାହିଁ ନାହିଁରେ ଚାଲିଛି ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ

Report

Leave a Comment