କାମ କରିଗଲା କଙ୍ଗନାଙ୍କ ଅଭିଶାପ!

0

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଉଦ୍ଧବ କହିଛନ୍ତି ଯେ ଯଦି ଶିବସେନାର ଜଣେ ବି ବିଧାୟକ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହନ୍ତି, ତେବେ ସେ ଇସ୍ତଫା ଏଥିପାଇଁ ପ୍ରସ୍ତୁତ ଅଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଯଦି ମୋ ସାମ୍ନାକୁ ଆସି ଜଣେ ବି ଶିବ ସୈନିକ କୁହନ୍ତି ତେବେ ମୁଁ ଶିବସେନା ମୁଖ୍ୟ ଭାବେ ମଧ୍ୟ ହଟିବାକୁ ପ୍ରସ୍ତୁତ । ଠାକରେଙ୍କ ଏପରି ମନ୍ତବ୍ୟ ପରେ ଭାଇରାଲ ହେଉଛି କଙ୍ଗନା ରାଣାୱତଙ୍କ ଏକ ପୁରୁଣା ଭିଡିଓ । ଯେଉଁଥିରେ କଙ୍ଗନା ଉଦ୍ଧବ ଠାକରେଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ତେବେ ବଲିଉଡ ଅଭିନେତ୍ରୀ ତଥା ଇଣ୍ଡଷ୍ଟ୍ରିର କ୍ୱିନ ଭାବରେ ଜଣାଶୁଣା କଙ୍ଗନା, ବିଏମସିର କାର୍ଯ୍ୟରେ ତାଙ୍କ ଘର ଭାଙ୍ଗିଯିବା ପରେ ଉଦ୍ଧବ ଠାକରେଙ୍କ ବିରୋଧରେ ଏକ ଭିଡିଓ ପ୍ରସ୍ତୁତ କହିଥିଲେ। ଯେଉଁଥିରେ ସେ କହିଥିଲେ ସମୟ ହିଁ ସବୁ କହିବ। ତେବେ ବର୍ତ୍ତମାନ ସମୟରେ ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ରାଜନୈତିକ ପୃଷ୍ଠଭୂମିରେ ସଙ୍କଟ ଦେଖା ଦେଇଛି।

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଖାଲି କରିବା ପରେ ସିଏମ ଉଦ୍ଧବ ଠାକରେ ତାଙ୍କ ଘରକୁ ଯାଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୦ ମସିହାରେ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ବିଏମସି ଦ୍ୱାରା ଭାଙ୍ଗି ଦିଆଯାଇଥିଲା। ଏହା ପରେ କଙ୍ଗନା ରାଣାୱତ ଉଦ୍ଧବ ଠାକରେଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଆଜି ଯେତେବେଳେ ଶିବସେନା ସରକାର ଉପରେ ସଙ୍କଟ ଆସିଛି ଏଭଳି ପରିସ୍ଥିତିରେ ଉଦ୍ଧବ ଠାକରେ ଇସ୍ତଫା ଦେଇଥିବାର ଖବର ରହିଛି। କଙ୍ଗନା କହିଥିଲେ- ‘ଉଦ୍ଧବ ଠାକରେ, ତୁମେ ମୋଠାରୁ ପ୍ରତିଶୋଧ ନେଇଛ ବୋଲି ଭାବୁଛ ? କିନ୍ତୁ ଆଜି ମୋ ଘର ଭାଙ୍ଗିଗଲା, କାଲି ତୁମର ଗର୍ବ ଭାଙ୍ଗିଯିବ। ଯିଏ ନାରୀକୁ ଅପମାନିତ କରେ, ତାହାର ଅବନତି ନିଶ୍ଚିତ ଘଟିଥାଏ। କଙ୍ଗନାଙ୍କର ଆଉ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି ।