ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ଆଫ୍ରିକୀୟ ଚିତାଙ୍କୁ ଛାଡିଥିଲେ । ସେମାନେ ଏବେ ଏନକ୍ଲୋଜର ବା ଖୁଆଡ଼ ମଧ୍ୟରେ ଅଛନ୍ତି । ହେଲେ କିଛି ମାସ ତଳେ ସେମାନଙ୍କୁ ୭୪୮ ବର୍ଗ କିଲୋମିଟର ଜଙ୍ଗଲରେ ସ୍ୱାଧୀନତା ଭାବେ ଛଡା ଯିବ । ତେବେ ସେଠାରେ କାଳ କାଳରୁ ରହିଆସୁଥିବା ଜଙ୍ଗଲର କଲରାପତରିଆ ବାଘଙ୍କ ସହ ଭେଟ ହେବ । ସେତେବେଳେ ସେହି ଦୁହିଙ୍କ ମଧ୍ୟରେ ଖାଦ୍ୟକୁ ନେଇ ଲଢେଇ ହୋଇପାରେ ବୋଲି ବନ୍ୟଜନ୍ତୁ ବିଶେଷଜ୍ଞମାନେ କହିଛନ୍ତି ।
ଦେଖିବାକୁ ଗଲେ ଆଫ୍ରିକାରେ କଲରାପତରିଆ ବାଘ, ପ୍ରାପ୍ତ ବୟଷ୍କ ଚିତା ମାନଙ୍କୁୁ ଆକ୍ରମଣ କରିବା ସହ ମାରିଦେଇଥିବା ଘଟଣା ଦେଖାଦେଇଛି । ହେଲେ କୁନୋଜଙ୍ଗଲରେ କଲରାପତରିଆ ବାଘଙ୍କ ସଂଖ୍ୟା ଅଧିକ ରହିଛି । ସେମାନେ ସେଠାରେ ସ୍ଥାନୀୟ ଜନ୍ତୁ । ବନବିଭାଗ ସୂଚନା ଅନୁସାରେ, ପ୍ରତି ଶହେ ବର୍ଗ କିଲୋମିଟର ଅଂଚଳରେ ହାରାହାରି ୯ଟି ଲେଖାଏଁ କଲରାପତରିଆ ବାଘ ଅଛନ୍ତି । ମୋଟ ସଂଖ୍ୟା ୯୮ ଥିବାବେଳେ, ଚିତା ସେଠାରେ ରହି ନିଜ ଖାଦ୍ୟ ସଂଗ୍ରହ କରିପାରିବ କି ନାହିଁ ତାହା ପ୍ରଶ୍ନବାଚୀ ।
ଚିତା ପ୍ରତି କଲରାପତରିଆ ବାଘଙ୍କ ବିପଦ ଥିବାରୁ କୁନୋକତ୍ତୃପକ୍ଷ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି । ସେଥିପାଇଁ ଖୁଆଡର ପ୍ରତିଟି କୋଣରେ ସିସିଟିଭି କ୍ୟାମେରା ରହିଥିବା ବେଳେ ସତପୁରା ବ୍ୟାଘ୍ର ପ୍ରକଳ୍ପରୁ ହାତୀ ଅଣାଯାଇଛି । କଲରାପତରିଆ ବାଘଙ୍କୁ ଘଉଡେଇବା ପାଇଁ । ଚିତାବାଘ ଖୁଆଡ ଆଖପାଖ ଅଂଚଳରେ ୨୫ଟି କଲାରପତରିଆକୁ ଧରି ଦୂର ଜଙ୍ଗଲରେ ଛ ଡା ଯାଇଛି । ଏବଂ ସେମାନଙ୍କ ଗତିବିଧି ଜାଣିବା ପାଇଁ ତାଙ୍କ ବେକରେ ରେଡିଓ କଲାର ଲଗାଯାଇଛି । କେବଳ ଏତିକି ନୁହେଁ ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ମତରେ କୁନୋରେ ହେଟା, କୁକୁର, ମହାବଳବାଘଙ୍କ ସଂଖ୍ୟା ଅଧିକ ଅଛି । ଏହିମାନେ ବି ଚିତାପାଇଁ ବିପଦ ସୃଷ୍ଟି କରିପାରନ୍ତି ।
ସବୁଠାରୁ ବଡକଥା ହେଉଛି କଲରାପତରିଆ ବାଘ ଲିଚିରହି ଶିକାର କରୁଥିବା ବେଳେ ଚିତା ଦୌଡି ଦୌଡି ଶିକାର କରିଥାଏ । ତେବେ ଆଫ୍ରିକାରେ ତୃଣ ଭୂମି ଅଧିକ ଥିବାରୁ ସେଠାରେ ଚିତାଙ୍କୁ ଶିକାର କରିବାରେ ଅଧିକ ସୁବିଧା ହୋଇଥାଏ । ହେଲେ କୁନୋର ତୃଣଭୂମି ଅପେକ୍ଷା ଜଙ୍ଗଲରେ ଭରପୁର । ତେବେ ଚିତାଙ୍କୁ ଦୌଡ଼ି ଶିକାର କରିବା ଓ ଶତ୍ରୁ କବଳରୁ ରକ୍ଷା ପାଇଁ ସେହିଭଳି ପରିବେଶ ନାହିଁ । ତେବେ ଏହି ସବୁ ଅସୁବିଧାକୁ ଏଡ଼ାଇ ଚିତା ବଂଚି ରହି ବଂଶ ବିସ୍ତାର କରିପାରୁଛି କି ନାହିଁ ତାହା ଦେଖାଯିବ ଆଗକୁ ।