ଓଡିଶା

କେନ୍ଦ୍ରସରକାରଙ୍କ ଯୋଜନାକୁ ଲୋକଲୋଚନକୁ ନ ଆଣିବା : ଜିଲ୍ଲା ବିଜେପି ଶାଖା ଆଣିଛି ଅଭିଯୋଗ

(ମନୋଜ କୁମାର ସାହୁ) : ରାୟଗଡା ଜିଲ୍ଳା ପ୍ରଶାସନ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଲୋଚନକୁ ନ ଆଣି ଦୂରେଇ ରଖିବା ଭଳି ହୀନ ପ୍ରୟାସ କରୁଥିବା ଅଭିଯୋଗ ଆଣିଛି ଜିଲ୍ଳା ବିଜେପି ଶାଖା । ଆଜି ସ୍ଥାନୀୟ ପୂର୍ତ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି ଜିଲ୍ଳା ବିଜେପି ସଭାପତି ଶିବ ଶଙ୍କର ଉଲ୍ଳାକା । ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫ୍ରେସିଂ କାର୍ଯ୍ୟକ୍ରମକୁ ଚୋରାଛୁପା ଭାବେ କେବଳ ଏନଆଇସି କେନ୍ଦ୍ର ପର୍ଯ୍ୟନ୍ତ ସୀମିତ ରଖୁଥିବା ବେଳେ କାର୍ଯ୍ୟକ୍ରମ ନେଇ ଗଣମାଧ୍ୟମ କିମ୍ବା ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ଏହି ଖବରକୁ ଲୁଚାଇ ଦିଆଯାଉଛି । ଯାହାକି ଜିଲ୍ଳା ପ୍ରଶାସନ ଶାସକ ଦଳର ହାତବାରିସି ସାଜି କାର୍ଯ୍ୟ କରୁଛି ବୋଲି ଶ୍ରୀ ଉଲ୍ଳାକା ଅଭିଯୋଗ କରିଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜେଡିର ହାତବାରିସି ସାଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ଯେତିକି ପ୍ରାଧାନ୍ୟ ଦେଉଛନ୍ତି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମକୁ ସେତିକି ଦେଉନାହାନ୍ତି । ତେଣୁ ଆଗାମୀ ଦିନରେ ପ୍ରଶାସନ ଏଥିରୁ ନିବୃତ ନ ରହିଲେ ବିଜେପି ତରଫରୁ ଆନ୍ଦୋଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Related posts

ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

Report

ଆଦିତ୍ୟ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଅସନ୍ତୋଷ

Report

ବିଚାରାଧୀନ କଏଦୀର ମୃତ୍ୟୁ

Report

Leave a Comment