କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟି ପଶ୍ଚିମବଙ୍ଗ ହିଂସା ସମ୍ପର୍କରେ ଅବଗତକଲେ ସୁଭେନ୍ଦୁ ଅଧିକାରୀ

0

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିରୋଧୀ ବିଜେପି ଦଳ ନେତା ସୁଭେନ୍ଦୁ ଅଧିକାରୀ ଆଜି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ସାହାଙ୍କୁ ଦିଲ୍ଲୀରେ ଭେଟି ରାଜ୍ୟରେ ଜାରି ରହିଥିବା ହିଂସାକାଣ୍ଡ ବିଷୟରେ ଆଲୋଚନା କରିଛନ୍ତି । ସୋମବାର ମଧ୍ୟରାତ୍ରୀରେ ସୁଭେନ୍ଦୁ ଦିଲ୍ଲା ବିମାନବନ୍ଦରରେ ଓହ୍ଲାଇଥିଲେ । ଆଜି କେନ୍ଦ୍ରର ଏକାଧିକ ମନ୍ତ୍ରୀଙ୍କ ସହ ସାକ୍ଷାତକାରର ସୂଚନା ରହିଛି । ଏପରି କି ବୁଧବାର ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିପାରନ୍ତି ।
ଗତ ସପ୍ତାହରେ ସୁଭେନ୍ଦୁ ରାଜ୍ୟପାଳ ଜଗଦୀପ ଧନଖାରଙ୍କୁ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ରିପୋର୍ଟ ଦାଖଲ କରିଥିଲେ । ନିର୍ବାଚନ ପରେ ମଧ୍ୟ ବିଜେପି କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ ହେଉଥିବା ନେଇ ସେ ରାଜ୍ୟପାଳଙ୍କୁ ରିପୋର୍ଟ ଦେଇଥିଲେ । ବିଜେପି ଅଭିଯୋଗ କରିଛି କି, ଦଳୀୟ କର୍ମକର୍ତ୍ତାଙ୍କୁ ଟିଏମସି ଟାର୍ଗେଟ କରିବା ସହ ବହୁ କର୍ମକର୍ତ୍ତାଙ୍କ ହତ୍ୟା କରୁଛି । ତେବେ ଏହି ଅଭିଯୋଗକୁ ଟିଏମସି ଖଣ୍ଡନ କରୁଛି ।
ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ସୁପ୍ରିମ କୋର୍ଟରେ ଟିଏମସି ପକ୍ଷରୁ କୁହାଯାଇଥିଲାନିର୍ବାଚନ ପରବର୍ତ୍ତୀ ହିଂସାରେ ମେ ୨ ତାରିଖରେ ହୋଇଥିବା ହତ୍ୟାକାଣ୍ଡରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି ।