କୋଟିପତି ଅଙ୍ଗନବାଡି ଦିଦି

0

ଭୁବନେଶ୍ୱର : ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ସମ୍ପତ୍ତି ଦେଖି ହୋଇଛନ୍ତି ଭିଜିଲାନ୍ସ। ଅଙ୍ଗନବାଡ଼ି ଦିଦିଙ୍କର ୪ କୋଟିର ସଂପତ୍ତି ଠାବ ହୋଇଛି। ତାଙ୍କର ଭୁବନେଶ୍ୱରରେ ୪ଟି କୋଠା ରହିଛି। ତା’ ଭିତରେ ଗୋଟିଏ ୪ ମହଲା, ଗୋଟିଏ ୩ ମହଲା ଓ ୨ଟି ୨ ମହଲା କୋଠା ରହିଛି। ଭୁବନେଶ୍ୱରରେ ୧୦ଟି ପ୍ଲଟ ସହ ମୋଟ ୧୪ ପ୍ଲଟ ଠାବ ହୋଇଛି। ଜଗତସିଂହପୁର ତଳକୁସୁମାରେ ୩ଟି ଓ ବାଲିଅନ୍ତାରେ ଗୋଟିଏ ପ୍ଲଟ ମଧ୍ୟ ରହିଛି। ଗୋଟିଏ କାର, ୩ଟି ଦୁଇ ଚକିଆ ଗାଡ଼ି, ୨.୨ ଲକ୍ଷର ବୀମା ଠାବ ହୋଇଛି। ଏହା ବ୍ୟତୀତ ଦିଦିଙ୍କ ଘରୁ ୬ ଲକ୍ଷ ୩୬ ହଜାର ମୂଲ୍ୟର ୨୧୨ ଗ୍ରାମ ସୁନା ମିଳିଛି। ଆଜି ଭିଜିଲାନ୍ସର ୧୦ ଡିଏସ୍ପି ଓ ୫ ଇନ୍ସପେର ରେଡ୍ କରିଥିଲେ।