କୋଭିଡ଼ ନିୟମ ଉଲ୍ଲଘଂନକାରୀଙ୍କ ଉପରେ ତହସିଲଦାରଙ୍କ ଚଢାଉ

0

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ଦେଶରେ କରେନା ମହାମାରୀ ଉଗ୍ର ରୂପ ନେଇସାରିଲାଣି ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଏଥିସହ କରୋନା ଭୁତାଣୁ ଠାରୁ ବର୍ତ୍ତିବା ପାଇଁ ସମାଜିକ ଦୂରତ୍ବ ମାସ୍କ ବ୍ୟବହାର ଏବଂ ଲୋକମାନେ ଗୋଟିଏ ସ୍ଥାନରେ ଜନଗହଳି ନକରିବାକୁ ସରକାର ବାରମ୍ବାର କହିଆସୁଥିବା ବେଳେ ଏ ନେଇ ମଧ୍ୟ କଡ଼ାକଡ଼ି ନିୟମ କରିଛନ୍ତି ନିୟମ ଉଲ୍ଲଘଂନକାରୀଙ୍କ ଉପରେ ମୋଟା ଅଙ୍କରେ ଜରିମାନା ସାଙ୍ଗକୁ ଜାତୀୟ ବିପର୍ୟ୍ୟୟ ପରିଚାଳନା ଆଇନ ଅନୁଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଷ ରହିଛି । କିନ୍ତୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକର କେତେକ ସ୍ଥାନରେ ଲୋକମାନେ କରୋନାକୁ ନଡରି ସବୁ ନିୟମକାନୁନକୁ ଫୁ କରି ଉଢ଼ାଇ ଦେଉଛନ୍ତି । ମନଇଛା ବାହାରେ ବୁଲାବୁଲି କରିବା ସହ କ୍ରୀକେଟ ଭଲିବଲ , ତାସ ଇତ୍ୟାଦି ଖେଳ ଚାଲିଥିବା ବେଳେ ବେଳେ ଛୋଟ ଛୋଟ ପିଲାମାନଙ୍କୁ ନେଇ କୋଚିଂ ସେଣ୍ଟର କରିପାଠ ପଢାଇବା ଭଳି ଘଟଣା ଦେଖିବାକୁ ମିଳୁଛି । ତେବେ କାଲିମେଳା ଅଚଳର ବିଭିନ୍ନ ସ୍ଥାନରେ କ୍ରିକେଟ ଏବଂ ଭଲିବଲ ଖେଳଚାଲିଥିବା ଖବର ପାଇଁ କାଲିମେଳା ବ୍ଲକ ତହସିଲଦର ତଥା କୋଭିଡ଼ ୧୯ର ନୋଡାଲ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ଏହି ସ୍ଥାନ ଉପରେ ଚଢାଉ କରି ବହୁ କ୍ରିକେଟ ବେଟବଲ , ଭଲିବଲ ନେଟ ଇତ୍ୟାଦି ଜବଦ କରିଛନ୍ତି । ବ୍ଲକ ଅନ୍ତର୍ଗତ ଏମପିଭି – ୨୩ , ଏମଭି – ୬ ୬ , ଆଦିବାସୀ କଲୋନୀ ଏବଂ କାଲିମେଳା ଆଦି ଅଂଚଳରେ ଏହି ଚଢାଉ କରାଯାଇଥିବା ଜଣାପଡିଛି ।ଏଥିସହ ଘରୋଇ ଟିଉସନ ଚାଲୁଥିବା ନେଇ ମଧ୍ୟ ଯାଞ୍ଚ କରାଯାଉଛି । ଏ ନେଇ ତହସିଲଦାର ସୁଚନା ଦେଇ କହିଛନ୍ତି ଯେ ବାରମ୍ବାର କହିବା ସତେ ଲୋକମାନେ ନିୟମ ମାନୁନାହାନ୍ତି । ଏପରି ଆଗକୁ ଚଢାଉ ଜାରିରହିବ ଚଳିତ ବର୍ଷ ବୋଲବମ କାଉଡିଆକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଔଷଧ ଦୋକାନ ବ୍ୟତିତ ସମସ୍ତ ଦୋକାନ ଅପରାହ୍ନ ୨ଟା ପର୍ୟ୍ୟନ୍ତ ଖୋଲିବାକୁ କୁହାଯାଇଛି ।ସାମାଜିକ ଦୁତରାକୁ ଯାଞ୍ଚ କରାଯାଉଛି ଏହାର ଖିଲାପୀ କଲେ ବ୍ୟବସାୟୀ ଅନୁଷ୍ଠାନ ମାନେ ଦଣ୍ଡିତ ହେବା ସହ ବିପର୍ୟ୍ୟୟ ଆଇନ ଧାରା ୫୧ ରୁ ୬୦ ଧାରା ଲାଗୁ କରାଯିବ । ଏହି ସମୟରେ ତହସିଲଦାର ଅଲୋକ କୁମାର ଅନୁଗୁଳିଆ, ଥାନା ଏଏସଆଇ ମହେଶ୍ଵର ବୁଡବେଙ୍କ ସହ ଆରଆଇ ଜୟ କୁମାର ସାହୁ  ଉପସ୍ଥିତ ରହିଥିଲେ ।