କୋଭିଡ୍ ନିୟମକୁ ଖିଲାପ କରି ଜୋରିମାନା ଦେଲେ ବ୍ୟବସାୟୀ

0

(ସୂର୍ଯ୍ୟକାନ୍ତ ବେହେରା /ମାଲକାନଗିରି): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦରର ବିଭିନ୍ନ ଦୋକାନ ଉପରେ ଅତର୍କିତ ଚଢାଉ ପରେ ଖିଲାପକାରୀ ୨୦ ବ୍ୟବସାୟୀ ଫାଇନ ଗଣିଛନ୍ତି । ମାଥିଲି ସରପଞ୍ଚ ଗୌରୀ ବଟେଙ୍କ ନିର୍ଦ୍ଦେଶକ୍ରମେ ଏକ ଚଢାଉ ଟିମ୍ ଗଠନ ହୋଇଥିଲା । ଏଥିରେ ମାଥିଲି ପିଇଓ ଅଶୋକ ମହାରଣା , ଜିଲା ପରିଷଦ ସଭ୍ୟ ବାଲରାଜୁ କପେ , ସମାଜସେବୀ କୁନାଲ ମିଶ୍ର , ଓ୍ବାର୍ଡମେମ୍ବର ରୋହିତ ବେହେରାଙ୍କ ସମେତ ମାଥିଲି ପୋଲିସ କର୍ମଚାରୀଙ୍କ ସହଯୋଗରେ ବ୍ୟବସାୟୀଙ୍କ ନିକଟରେ ଯାଇ ନିୟମ ଖିଲାପକାରୀଙ୍କ ଠାରୁ ଫାଇନ୍ ଆଦାୟ କରିଥିଲେ ।

ସମାଜିକ ଦୂରତା ନ ରହିବା , ସାନିଟାଇଜର , ସାବୁନ୍ ନ ରଖିବା , ମାସ୍କ ନ ପିନ୍ଧିବା ଏବଂ ଛେପ ପକାଇବା ଉଲ୍ଲଘଂନରେ ୨୦ ବ୍ୟବସାୟୀଙ୍କ ଠାରୁ ୫,୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିଲେ । ପୁନଃର୍ବାର ଖିଲାପ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ସହିତ ସଂପୃକ୍ତ ଦୋକାନକୁ ସିଲ କରାଯିବ ବୋଲି ଚେତାବନୀ ଦିଆଯାଇଛି ।