(ଜୟନ୍ତ କୁମାର ସେଠୀ /ପୁରୀ):ପୁରୀ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ପୁରୀ ସହରରେ କୋଭିଡ-୧୯ ପରିଚାଳନା ସମ୍ବନ୍ଧରେ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଆଗାମୀ ଦିନ ମାନଙ୍କରେ ନେବାକୁ ଥିବା ପ୍ରଶାସନିକ କାର୍ୟ୍ୟ ଖସଡ଼ା ସମ୍ବନ୍ଧରେ ଆଲୋଚନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବରିଷ୍ଠ ରାଜନେତା ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ଏବଂ ପୁରୀର ମାନ୍ୟବର ବିଧାୟକ ଶ୍ରୀ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ଦଳର ପ୍ରତିନିଧି ମାନେ ଓ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସର୍ବ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାଶ ପାୱାର ମାଧ୍ୟମରେ ଏଯାବତ କୋଭିଡ ୧୯ ପରିଚାଳନା ପରିପ୍ରେକ୍ଷୀରେ ନିଆ ଯାଇ ଥିବା ବିଭିନ୍ନ ପଦକ୍ଷେପ ଏବଂ ଏ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ସହରର ସମସ୍ତ ୩୨ ଟି ୱାର୍ଡରେ ଡବ୍ଲୁସିଏମସି ଗଠନ ହୋଇଥିବା ଏବଂ ଏଥିରେ ଏଏନଏମ /ସ୍ୱାସ୍ଥ୍ୟ ସହାୟିକାଙ୍କ ନେତୃତ୍ୱ୍ୱରେ ଆଶା କର୍ମୀ ,ସ୍ୱେଚ୍ଛାସେବୀ ଏବଂ ଏମଏଏସ/ଏସଏଚଜିର ସଦସ୍ୟା ମାନେ ଅଛନ୍ତି ଓ ରଥଯାତ୍ରା ପୂର୍ବ ରୁ ୩୨ଗୋଟି ସ୍ୱତନ୍ତ୍ର ସର୍ଭେ ଟିମ ୨୫୯୦ ସେବାୟତଙ୍କ ଗୃହ ପରିଦର୍ଶନ କରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ସମସ୍ତଙ୍କୁ ମାସ୍କ ଏବଂ ସାନିଟାଇଜର ଯୋଗାଇ ଦିଆ ଯାଇଥିଲା ଓ ରଥ ଯାତ୍ରା ସମୟ ରେ ବଡଦାଣ୍ଡ ଏବଂ ପାଖା ପାଖି ସାହିକୁ ସାନିଟାଇଜର କରିବା ସହ ଦ୍ଵିତୀୟ ପର୍ୟ୍ୟାୟରେ ସେବାୟତ ମାନଙ୍କ କୋଭିଡ ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯାଇଥିଲା ଓ ଏଥିସହ ବିଭିନ୍ନ ସରକାରୀ ବିଭାଗୀୟ କର୍ମଚାରୀଙ୍କ ମଧ୍ୟ୍ୟ କୋଭିଡ ପରୀକ୍ଷା କରାଯାଇଥିଲା । ଜୁଲାଇ ୧୦ ତାରିଖରୁ ୧୪ ତାରିଖ ମଧ୍ୟ ରେ ସେବାୟତ ମାନଙ୍କ ତୃତୀୟ ପର୍ୟ୍ୟାୟ ସ୍ୱାବ ଟେଷ୍ଟ କରା ଯିବ ଓ ୧୫ ଜୁଲାଇ ଠାରୁ Antibody status ଜାଣିବା ପାଇଁ serologyଟେଷ୍ଟ କରାଯିବ ଓ ପୁରୀ ସହର ରେ ଅଦ୍ୟାବଧି ୮୧୧୨ ଜଣ ଙ୍କ କୋଭିଡ ଟେଷ୍ଟ କରାଯାଇଛି ଏବଂ ସେ ମଧ୍ୟରୁ ୨୩ ଜଣଙ୍କ ପୋଜିଟିଭ ରିପୋର୍ଟ ଆସିଛି । ପୁରୀର ମୋଟ ୯ ଟି ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରା ଯାଇଛି ଓ ୨୨୮ ଜଣ ଙ୍କ ରିପୋର୍ଟ ଆସିବା ବାକି ଅଛି।
ଜିଲାପାଳ ଆଗାମୀ ଦିନ ମାନଙ୍କରେ ପୁରୀ ସହର ରେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ ଏବଂ ଏଥିସହ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ବୋଲି ସୂଚନା ଦେଇ ଉପସ୍ଥିତ ଜନ ପ୍ରତିନିଧି ଏବଂ ରାଜନୈତିକ ନେତୃବୃନ୍ଦଙ୍କ ସହଯୋଗ ଓ ଦିଗଦର୍ଶନ କାମନା କରିଥିଲେ । କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଶେଷ କୃତ୍ୟ ଷ୍ଟେର୍ଲିଙ୍ଗ ରିସର୍ଟ ପାଖ ନଈ ଅପର ପକ୍ଷ ରେ ଥିବା ସ୍ମଶାନ ଘାଟ ରେ ସମ୍ପନ୍ନ କରାଯିବା ପାଇଁ ସ୍ଥିର କରାଯାଇ ଥିଲା ଓ ଏଥି ସହ ଶ୍ୱେତ ଗଙ୍ଗା ପୁଷ୍କରଣୀ ରେ ଶୁଦ୍ଧି କ୍ରିୟା ସ୍ନାନ ଆଦି ବର୍ତମାନ ପାଇଁ ବନ୍ଦ କରିବା ପାଇଁ ମତ ପ୍ରକାଶ କରାଯାଇଥିଲା ଓ ଉପସ୍ଥିତ ସମସ୍ତେ ଆଲୋଚନାରେ ସକାରାତ୍ମକ ଅଂଶ କରିବା ସମସ୍ତ ନିଷ୍ପତିରେ ସହମତି ପ୍ରକାଶ କରିଥିଲେ ଓ ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ବିଜୟ ଦାଶ ଏବଂ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ ।