କୋରୋପୁଟ କୋରୋନା ଆକ୍ରାନ୍ତଙ୍କ କଲିକତା ଲିଙ୍କ

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଆଜି ରାଜ୍ୟରେ ଦୁଇଟି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଯାଜପୁର, ବାଲେଶ୍ୱର ଓ ସୁନ୍ଦରଗଡ ଜିଲ୍ଲାରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି କୋରାପୁଟ ଜିଲ୍ଲାରୁ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଜଣେ ସ୍ୱାସ୍ଥ୍ୟ କର୍ମୀ ବୋଲି ଜଣାପଡିଛି । ଅନ୍ୟ ଜଣେ ଆକ୍ରାନ୍ତଙ୍କ ଘର ବାଲେଶ୍ୱର ଜିଲ୍ଲାରେ ବୋଲି ସୂଚନା ଦିଆଯାଇଛି । ତେବେ କୋରାପୁଟ ଜିଲା ଦଶମନ୍ତପୁରର ଆକ୍ରାନ୍ତ ଜଣେ ୨୨ ବର୍ଷୀୟ ସ୍ବାସ୍ଥ୍ୟକର୍ମୀ । ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ଏପ୍ରିଲ ୧୪ ତାରିଖରେ କୋଲକାତାରୁ ଫେରି କାର୍ୟ୍ୟରେ ଯୋଗଦେବକୁ ଯାଇଥିଲେ। ମାତ୍ର କୋଲକାତାରୁ ଆସିଥିବାରୁ ତାଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ତେବେ ସେ କାର୍ୟ୍ୟରେ ଯୋଗ ଦେଇ ନ ଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ମଧ୍ୟ ଦେଖାଯାଇ ନ ଥିଲା। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।