ଖାଦ୍ୟରୁ ବାହାରିଲା ସାପ

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ଦେଉଳି ଗ୍ରାମରେ ଏକ ଅଭାବନୀୟ ଘଟିଥିବା ଜଣାପଡିଛି । ଏସ.ଏଚ.ଜି ଗ୍ରୁପର ମହିଳାମାନେ ଏକ ସ୍ଥାନରେ ଭୋଜି କରୁଥିଲେ। ହେଲେ ଖାଇବା ସମୟରେ ଖାଦ୍ୟ ଭିତରୁ ପ୍ରାୟ ଏକ ଫୁଟରୁ ଉର୍ଦ୍ଧ୍ୱ ଲମ୍ବର ଏକ ବିଷଧର ମଲା ସାପ ବାହାରିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ମନରେ ଭୟ ସୃଷ୍ଟି ହେବାରୁ ଭୋଜିରେ ସାମିଲ ଥିବା ଲୋକମାନେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ପ୍ରାଥମିକ ଚିକିତ୍ସାରେ ଡାକ୍ତର ସେମାନଙ୍କର ରକ୍ତ ଓ ଇସିଜି ପରୀକ୍ଷା କରି ଛାଡି ଦିଆଯାଇଥିବା ଜଣାପଡିଛି।