ଖୁସି: ଓମିକ୍ରନର ବାହାରିଲା ଭ୍ୟାକ୍ସିନ

0

ପୁଣେ: ଦେଶରେ ଓମିକ୍ରନ କାୟା ବିସ୍ତାର କରି ଚାଲିଛି । ଓମିକ୍ରନ ସଂକ୍ରମଣକୁ ନେଇ ସରକାରଠାରୁ ଆରମ୍ଭ କରି ସାଧାରଣ ଜନତା ଆତଙ୍କିତ । ଏପରି ସମୟରେ ଆସିଛି ଏକ ଖୁସି ଖବର । ଓମିକ୍ରନକୁ ମାତ ଦେବାକୁ ବାହାରିଲା ଭ୍ୟାକ୍ସିନ । ଭାରତରେ ଏହି ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଛି । ପୁଣେର ଔଷଧ ନିର୍ମାତା ଜେନୋଭା ଫାର୍ମାସ୍ୟୁଟିକାଲ ଲିମିଟେଡ ଓମିକ୍ରନ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଛି ।
ଭ୍ୟାକ୍ସନ ପ୍ରସ୍ତୁତ ହୋଇଥିବା ବେଳେ ଏହାର ହ୍ୟୁମାନ ଟ୍ରାଏଲ ହୋଇନାହିଁ । ଖୁବ ଶୀଘ୍ର ହୁମାନ ଟ୍ରାଏଲ ଆରମ୍ଭ ହେବ । ଏହାର ନାମ ରହିଛି ଓମିକ୍ରନ ଭାରିଆଣ୍ଟ ସ୍ପେଶିଫିକ୍ ଭ୍ୟାକ୍ସିନ । ତେବେ ଏହାର ଦୁଇଟି ପର୍ଯ୍ୟାୟ ଟ୍ରାୟଲ ସରିଛି । ଶେଷ ପର୍ଯ୍ୟାୟର ଟ୍ରାଏଲ ପାଇଁ ଅପେକ୍ଷାରେ ରହିଛି । ଭାରତ ସରାକର ଏହାକୁ ମଞ୍ଜୁରୀ ପ୍ରଦାନ କଲେ ଏହା ଟ୍ରାୟଲ କରାଯିବ । ସୂଚନା ମୁତାବକ, ଏହି ଭ୍ୟାକ୍ସିନ ଶକ୍ତିଶାଳୀ । ଆମ ଶରୀରର ଆଣ୍ଟିବଡ଼ି ସୃଷ୍ଟି କରିବାରେ ଏହା ବହୁ ସହାୟକ ହେବ ।