ଖେଳାଳିଙ୍କୁ ଟ୍ରଫି ବଦଳରେ ଜିଅନ୍ତା ମେଣ୍ଡା,ଜୀଅନ୍ତା ବକଡ଼ା,କୁକୁଡ଼ା ,ଗଞ୍ଜା ପୁରସ୍କାର

0

(ଟୁକୁନା ଖରା)ନବରଙ୍ଗପୁର: ବିଜୟ ଓ ପରାଜୟ ଦଳକୁ ମିଳୁଛି ଟ୍ରଫି ବଦଳରେ ଜୀଅନ୍ତା ମେଣ୍ଡା,ଜୀଅନ୍ତା ବକଡ଼ା ଓ କୁକୁଡ଼ା ଗଞ୍ଜା ପୁରସ୍କାର। ଆପଣ ଅନେକ ଛୋଟ ମୋଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦେଖିଥିବେ।କେଉଁଠି ମୋଟା ଅଙ୍କର ପୁରସ୍କାର ତ ଆଉ କେଉଁଠି ବଡ଼ ବଡ଼ ଟ୍ରଫି ବିଜୟ ଦଳ ପାଇଁ ରଖାଯାଇଥାଏ ।କିନ୍ତୁ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏପରି ଏକ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିଛି।ଯେଉଁ ଠାରେ ଜୀଅନ୍ତା ମେଣ୍ଡା,ଜୀଅନ୍ତା ବକଡ଼ା ଓ କୁକୁଡ଼ା ଗଞ୍ଜା ପୁରସ୍କାର ମିଳୁଛି । ଏହା ରହିଛି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆକର୍ଷଣ।ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମା ପଂଚାୟତରେ ଥିବା ଭିମାଗୁଡ଼ା ଗ୍ରାମରେ ଚାଲିଛି ଏକ ନିଆରା ଢଙ୍ଗର ଫୁଟବଲ ଟୁର୍ଣ୍ଣାମେଣ୍ଟ।ଆଜି ଟୁର୍ଣ୍ଣାମେଣ୍ଟର ଉଦଯାପିତ ଦିନରେ ଚିତ୍ରକୋଟ ଏବଂ ତେନ୍ତୁଳିଖୁଣ୍ଟି ଦଳ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା। ଚିତ୍ରକୋଟ ଦଳ ୪-୩ ଗୋଲ କରି ବିଜୟ ହାସଲ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଖେଳ ଶେଷରେ ବିଜୟ ଓ ପରାଜୟ ଦଳକୁ ଜିଅନ୍ତା ମେଣ୍ଡା,ଜୀଅନ୍ତା ବକଡ଼ା ଓ କୁକୁଡ଼ା ଗଞ୍ଜା ପୁରସ୍କାର ସ୍ୱରୂପ ଦେଇଥିଲେ ।
ଟ୍ରଫି ପାଇଲେ ଏହା ଜଣକ ପାଖରେ ରହିବ କିନ୍ତୁ ମେଣ୍ଡା,ବକଡ଼ା ଓ କୁକୁଡ଼ା ଗଞ୍ଜାକୁ ନେଇ ବିଜୟ ଓ ପରାଜୟ ଦଳ ଭୋଜି କରନ୍ତି ।ଯାହାକି ସମ୍ପୂର୍ଣ୍ଣ ଭାବେ ନିଆରା ସେଥିପାଇଁ ଏହି ଟ୍ରଫି ରଖାଯାଇଛି ବୋଲି କହିଛନ୍ତି ଆୟୋଜକ।