ଖୋଲିଲା ହୀରାକୁଦ ଡ୍ୟାମର କଣ୍ଟ୍ରୋଲ ରୁମ

0

(ମମତା ସାମଲ)ରିପୋର୍ଟସଟୁଡେ: ଆଜି ଖୋଲିଲା ହୀରାକୁଦ ଡ୍ୟାମର କଣ୍ଟ୍ରୋଲ ରୁମ । କଣ୍ଟ୍ରୋଲ ରୁମରେ ୨୪ଘଣ୍ଟିଆ ତଦାରଖ ବ୍ୟବସ୍ଥା ଆରମ୍ଭ ହୋଇଛି । ମହାନଦୀକୂଳରେ ଥିବା ସମସ୍ତ ଜିଲ୍ଲା ପାଇଁ ଡ୍ରାମ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛନ୍ତି । ଖୁବ ଶୀଘ୍ର ପାଣି ଛାଡିବା ତାରିଖ ଧାର୍ଯ୍ୟ କରାଯିବ । ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି , ହୀରାକୁଦ ବନ୍ଧରୁ ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷା ଋତୁରେ ଯେକୌଣସି ସମୟରେ ବନ୍ୟା ଜଳ ନିଷ୍ମାସନ ହୋଇପାରେ । ତେଣୁ ମହାନଦୀ ଶଯ୍ୟାରେ ଚଳାଚଳ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ସତର୍କତା ଅବଲମ୍ବନ କରିବାକୁ ସତର୍କ କରାଇ ଦିଆଯାଇଛି । ଜଳ ନିଷ୍କାସନ ସମୟରେ ହୀରାକୁଦ ସ୍ପିଲୱେରେ ସାଇରନ୍ ବାଜିବ ।