ଗଂଜାମରେ ପଞ୍ଚାୟତ ନିର୍ବାଚନୀ ହିଂସା

0

ଗଞ୍ଜାମ: ପାତ୍ରପୁର ବ୍ଲକ ଖମ୍ବାରୀ ଗାଁ ପଂଚାୟତର ବାବନପୁର ଗ୍ରାମରେ ଆକ୍ରମଣ। ଏହି ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତମାନେ ବିଜେପି କର୍ମୀ ହୋଇଥିବା ଜଣାପଡିଛି। ଠିକ ସେଇଭଳି କେ ନୂଆଗାଁ ଥାନା ଚିକିଟି ରାମଚନ୍ଦ୍ରପୁର ପଞ୍ଚାୟତର ସମିତିସଭ୍ୟ ନାମାଙ୍କନକୁ ନେଇ ଆକ୍ରମଣ ହୋଇଛି। ତିନିଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମାନେ ହେଉଛନ୍ତି ପି ଲୋକନାଥ, କେ ଭିମୟା, ଜିତେନ୍ଦ୍ର ଗୌଡ଼,ପ୍ରଶାନ୍ତ ସାହୁ ଏବଂ ଲବ ସାହୁ। ସମସ୍ତ ବିଜେପି କର୍ମୀଙ୍କୁ ବିଜେଡ଼ି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।