ଗଛରେ ଧକ୍କା ହୋଇ ଓଲଟିଲା ବସ

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ବୌଦ୍ଧ ଜିଲ୍ଲା ଜହ୍ନପଙ୍ଗ ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବସ ଗଛକୁ ଧକ୍କାଦେଇ ଓଲଟି ପଡ଼ିଛି। ଯାହା ଫଳରେ ୧୧ ଜଣ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଚକାଡୋଳା ନାମକ ଏକ ଘରୋଇ ବସ ଜୟପୁରରୁ ଭୁବନେଶ୍ବରକୁ ଆସୁଥିବା ସମୟରେ କୌଣସି କାରଣରୁ ବସଟି ଭାରସାମ୍ୟ ହରାଇ ଜହ୍ନପଙ୍ଗ ଛକ ନିକଟରେ ଏକ ଗଛକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୧ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।